ନୀଳଗିରି ୧୨।୦୮ : ବାଲେଶ୍ୱର ଜିଲ୍ଲା ନୀଳଗିରି ସଦର ଥାନା ଅଧିନ ରସାଳପୁର ଗାଁରେ ଅଘଟଣ । ନାବାଳକର ଆଙ୍ଗୁଳି ଛିଣ୍ଡାଇଦେଲା କୁକୁର । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 
ଖବର ଅନୁଯାୟୀ, ଛାତ୍ରଙ୍କ ଆଙ୍ଗୁଳି କାମୁଡି ଛିଣ୍ଡାଇଲା କୁକୁର। ବାଲେଶ୍ୱର ଜିଲ୍ଲା ନୀଳଗିରି ସଦର ଥାନା ଅଧୀନ ରସାଳପୁର ସ୍ଥିତ ଭୀମପୁର ସରକାରୀ ବିଦ୍ୟାଳୟର ଘଟିଛି ଏହି ଘଟଣା। ଗୁରୁତର ଛାତ୍ର ହେଲେ ତୃତୀୟ ଶ୍ରେଣୀର ଛାତ୍ର ପବିତ୍ର କୁମାର ରଣା। ପରିବାର ଲୋକେ ପିଲାକୁ ଗୁରୁତର ଅବସ୍ଥାରେ ଆଣି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଗେଟ ଫାଟକରେ ତାଲା ପକାଇଛନ୍ତି ।

Watch Video:-