ମୁମ୍ବାଇ ୨୧। ୦୩ : ପ୍ରତୀକ୍ଷାର ଅନ୍ତ ଘଟିଛି । ‘ଧୁରନ୍ଧର ୨’ ଫିଲ୍ମ ହଲରେ ରିଲିଜ ହୋଇଛି । ୧୮ମାର୍ଚ୍ଚରେ ରଣବୀର ସିଂହଙ୍କ ସ୍ପାଇ ଥ୍ରୀଲର ଫିଲ୍ମ ‘ଧୁରନ୍ଧର ୨ : ଦ ରିଭେଞ୍ଜ‘ଥିଏଟର୍ସରେ ରିଲିଜ ହୋଇସାରିଛି । ଆଦିତ୍ୟ ଧରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ଦର୍ଶକ ଏହାକୁ ବହୁ ପ୍ରଶଂସା କରିଛନ୍ତି । ପରଫର୍ମାନ୍ସ , କାଷ୍ଟିଂ ଏବଂ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକର ଖୁବ୍ ପ୍ରଶଂସା ହେବାରେ ଲାଗିଛି ।

ମାତ୍ର କେତେକ ଫ୍ୟାନ୍ସ ଏବେ ଏହା ଜାଣିବାକୁ ଚାହୁଁଛନ୍ତି କି ଫିଲ୍ମ ଓଟିଟିରେ କେବେ ଏବଂ କେଉଁଠାରେ ଦେଖାଯାଇପାରିବ । ଫିଲ୍ମ ‘ଧୁରନ୍ଧର’ ଥିଏଟର୍ସରେ ରିଲିଜର କିଛି ଦିନ ପରେ ନେଟଫ୍ଲିକ୍ସରେ ଆସିଥିଲା, ଯାହାଦ୍ବାରା ସିକ୍ବେଲକୁ ନେଇ ଚର୍ଚ୍ଚା ଜାରି ରହିଥିଲା । କିନ୍ତୁ ‘ଧୁରନ୍ଧର ୨’ ସହ ପ୍ୟାଟର୍ନ ବଦଳିଯାଇଛି । ଧୁରନ୍ଧର ପରେ ଧୁରନ୍ଧର ୨କୁ ନେଇ ଆସୁଥିବା ରିଭ୍ୟୁ ଫ୍ୟାନ୍ସଙ୍କୁ ଫିଲ୍ମ ଦେଖିବାକୁ ବାଧ୍ୟ କରି ଦେଉଛି ।

ଗଣମାଧ୍ୟମ ରିପୋର୍ଟ୍ସ ଏବଂ ମେକର୍ସଙ୍କଠାରୁ ଆସୁଥିବା ସୂଚନା ଅନୁସାରେ , ‘ଧୁରନ୍ଧର ୨’ ନେଟଫ୍ଲିକ୍ସରେ ନୁହେଁ ବରଂ ଜିୟୋ ହଟଷ୍ଟାରରେ ରିଲିଜ ହେବ । ଫିଲ୍ମର ପୋଷ୍ଟରରେ ଜିୟୋହଟଷ୍ଟାରର ଲୋଗୋ ହେବା ଏହି କଥାର ସ୍ପଷ୍ଟ କରୁଛି କି ଡିଜିଟାଲ ରାଇଟ୍ସ ଏହି ପ୍ଲାଟଫର୍ମ କିଣିଛି । ସୂଚନା ଅନୁସାରେ ଏହି ଫିଲ୍ମର ଡିଜିଟାଲ ଟାଇଟ୍ସ ୧୫୦କୋଟି ଟଙ୍କାରେ ବିକ୍ରି ହୋଇଛି । ଯାହା ପୂର୍ବ କିଛି ବର୍ଷରୁ ସବୁଠାରୁ ବଡ଼ ଓଟିଟି ଡିଲରୁ ଗୋଟିଏ । ଏହା ପ୍ରଥମ ଭାଗରୁ ପ୍ରାୟ ୨ଗୁଣ ଅଟେ । ଯାହାର ରାଇଟ୍ସ ୮୫କୋଟିରେ ନେଟଫ୍ଲିକ୍ସକୁ ବିକ୍ରି କରାଯାଇଥିଲା ।

Also Read-ବଲିଉଡର ସବୁଠାରୁ ବଡ଼ ଓପନର ହେଲା 'ଧୁରନ୍ଧର ୨', ପ୍ରଥମ ଦିନରେ କଲେକସନ୍‌ କଲା ଏତିକି କୋଟି...