ନୂଆଦିଲ୍ଲୀ: ଓଡ଼ିଶା ଗସ୍ତରେ ଆସିବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ଦିଲ୍ଲୀରୁ ଆସନ୍ତାକାଲି ଭୁବନେଶ୍ଵର ଆସିବେ। ସକାଳ ୧୧ଟା ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସୂଚନା ରହିଛି।

ଧର୍ମେନ୍ଦ୍ରଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ଜଣାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା, ବିଧାୟକ, ସାଂସଦଙ୍କ ସମେତ ଦଳୀୟ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ନେଇ ସୂଚନା ରହିଛି।

also read- ସଂସଦରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ: NDA ସାଂସଦ କଲେ ଭବ୍ୟ ସ୍ୱାଗତ, 'ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ' ସ୍ଲୋଗାନରେ କମ୍ପିଲା ସଂସଦ

ସୋମବାର ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୌସୁମୀ ଅଧିବେଶନର କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସଂସଦରେ ପହଞ୍ଚିଥିଲେ। ସଂସଦ ପରିସରରେ, ତାଙ୍କୁ ବହୁ ବିଜେପି ଏବଂ NDA ସାଂସଦଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା। "ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ" ସ୍ଲୋଗାନ ଦେଇଥିଲେ ଏନଦିଏ ସାଂସଦ। ଇସ୍ତଫା ପରେ ଏହା ପ୍ରଧାନଙ୍କ ପ୍ରଥମ ସାର୍ବଜନୀନ ଉପସ୍ଥିତି ଥିଲା।