ପୁରୀ: ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ।

ତେବେ ଉଭୟ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ ଆଲୋଚନା କରି ମାର୍ଗଦର୍ଶନ ନେଇଥିଲେ। ବିଶେଷ କରି ଜଣେ ସାମାଜିକ କାର୍ଯ୍ୟକର୍ତ୍ତାର କାର୍ଯ୍ୟ କିଭଳି ହେବା ଦରକାର, ଲକ୍ଷ୍ୟ କ’ଣ ରହିବା ଦରକାର ? ସେ ପ୍ରସଙ୍ଗରେ ମଧ୍ୟ ଜଗଦଗୁରୁଙ୍କ ମାର୍ଗଦର୍ଶନ ନେଇଥିଲେ ଧର୍ମେନ୍ଦ୍ର ପ୍ରଧାନ।

Also Read: ଅବସର ପରେବି ହଟିନି ଶିକ୍ଷାଦାନ ନିଶା, ୩ ବର୍ଷ ହେଲା ନିୟମିତ ସ୍କୁଲ ଯାଉଛନ୍ତି ଭାମାମଣୀ​​​​​​​

ସେପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ମତାମତ ନେବାରେ ଅବହେଳା କରୁଥିବା ନେଇ ଅନେକ ଥର ଜଗଦଗୁରୁ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରୁଥିବା ବେଳେ ଏହି ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୁଁ ସବୁବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ କାର୍ଯ୍ୟ କରିଥାଏ‌। ସନାତନ ଧର୍ମକୁ ଅନୁକରଣ କରି ସମସ୍ତ କାର୍ଯ୍ୟ ମଧ୍ୟ କରିଥାଏ। ତେବେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପାଇବା ମୋ ପାଇଁ ଏକ ବଡ଼ ସୌଭାଗ୍ୟର ବିଷୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।