ଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣ, ଯାହା ଦେଶର ସବୁଠାରୁ ବଡ଼ ଚିନ୍ତାର କାରଣ ଥିଲା । ଗତ ବର୍ଷ ହେବ ଧୂଆଁର ଚାଦର, ବିଷାକ୍ତ ବାୟୁ ଓ ବଢ଼ୁଥିବା ପ୍ରଦୂଷଣ ଯୋଗୁଁ ରାଜଧାନୀର ଲୋକମାନେ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ। | ଶୀତ ଋତୁ ଆସିଲେ ଧୂଆଁର ଚାଦର, ବଢ଼ୁଥିବା ପ୍ରଦୂଷଣ ଓ ଖରାପ AQI ଯୋଗୁଁ ରାଜଧାନୀବାସୀଙ୍କ ପାଇଁ ନିଶ୍ୱାସ ନେବା ହୋଇପଡ଼ୁଥିଲା କଷ୍ଟକର । ଆଜି ସେହି ଦିଲ୍ଲୀ ସହରରେ ଲୋକେ ଶାନ୍ତିରେ ସ୍ଵଛ ବାୟୁକୁ ନିଶ୍ୱାସରେ ନେଉଛନ୍ତି | ପ୍ରତିବର୍ଷ ଦିଲ୍ଲୀର ବାୟୁ ଗୁଣବତ୍ତା ନେଇ ଚିନ୍ତା ବଢ଼ୁଥିବା ବେଳେ, ଏବେ ଆସିଛି ଏକ ଆଶାଜନକ ପରିବର୍ତ୍ତନ। ଦିଲ୍ଲୀର ଆକାଶରେ ଦେଖାଦେଇଛି ଏକ ନୂଆ ଆଶା। ଯେଉଁ ସହରର ପବନ ଦୀର୍ଘ ଦିନ ଧରି ପ୍ରଦୂଷଣର ଚାଦର ତଳେ ଢାଙ୍କି ରହିଥିଲା, ସେଠାରେ ଏବେ ଲୋକମାନେ ଅନୁଭବ କରୁଛନ୍ତି ସ୍ୱଚ୍ଛ ପବନର ଅନୁଭୂତି।

ପ୍ରାୟ ୩ ବର୍ଷ ପରେ ଦିଲ୍ଲୀର AQI ୪୮କୁ ଖସିଛି ଏବଂ ୨୦୨୬ର ପ୍ରଥମ ‘ଭଲ’ ବାୟୁ ଦିବସ ରେକର୍ଡ ହୋଇଛି।  ବାୟୁ ଗୁଣବତ୍ତା ସୂଚକ ଅନୁଯାଇ ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣ ହ୍ରାସ ପାଇ ୪୮ରେ ପହଞ୍ଚିଛି। AQI ୦ରୁ ୫୦ ମଧ୍ୟରେ ରହିଲେ ବାୟୁର ଗୁଣବତ୍ତା ଉତ୍ତମ ବୋଲି କୁହାଯାଏ। ଏହି ସ୍ତରର ବାୟୁ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକର ବୋଲି ଧରାଯାଏ ।ଏହାକୁ ‘ଭଲ’ ଶ୍ରେଣୀରେ ରଖାଯାଇଛି। ପ୍ରାୟ ୩ ବର୍ଷ ପରେ ୨୦୨୬ ମସିହାର ପ୍ରଥମ ଥର ପାଇଁ ଦିଲ୍ଲୀର ବାୟୁ ସ୍ଵଛ ଓ ଉତ୍ତମ ଗୁଣବତ୍ତାର ହୋଇଛି । କିଛି ବର୍ଷ ପୂର୍ବରୁ ଦିଲ୍ଲୀର ବାୟୁ ମାନ ଖରାପ ହେବା ସହ ଲୋକମାନେ ଧୂଆଁ, ଧୂଳି ଓ ପ୍ରଦୂଷଣର ସମସ୍ୟା ସହ ରହୁଥିଲେ । ଶୀତ ଋତୁରେ ପ୍ରଦୂଷଣର ସ୍ତର ଅଧିକ ବଢ଼ିଯାଉଥିଲା। କିନ୍ତୁ ଏଥର ପାଣିପାଗର ଅନୁକୂଳ ପରିସ୍ଥିତି, ପବନର ଗତି ଓ ପ୍ରଦୂଷକ କଣିକାର ହ୍ରାସ ଯୋଗୁଁ ଦିଲ୍ଲୀବାସୀ ଏକ ସ୍ୱଚ୍ଛ ଆକାଶ ଓ ଭଲ ବାୟୁର ଅନୁଭବ କରିଛନ୍ତି।

ତେବେ କେମିତି ବଦଳିଲା ଦିଲ୍ଲୀର ପବନ ? ବିଶେଷଜ୍ଞମାନଙ୍କ ମତରେ, ଏହି ପରିବର୍ତ୍ତନ ପଛରେ ପବନର ଗତି, ପାଣିପାଗର ଅନୁକୂଳ ପରିସ୍ଥିତି ଏବଂ ବାୟୁରେ ପ୍ରଦୂଷକ କଣିକାର ହ୍ରାସ ଭଳି କାରଣ ରହିପାରେ। ତେବେ ଗୋଟିଏ ଦିନର ଭଲ AQI ଦିଲ୍ଲୀର ସମସ୍ତ ସମସ୍ୟାର ସମାଧାନ ନୁହେଁ। କାରଣ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀର୍ଘକାଳୀନ ଯୋଜନା ଓ ନିରନ୍ତର ପଦକ୍ଷେପ ଆବଶ୍ୟକ।ଦୀର୍ଘ ସମୟ ପରେ ଦିଲ୍ଲୀ ବାୟୁରେ ଆସିଥିବା ଏହି ବିରାଟ ପରିବର୍ତ୍ତନକୁ ଆଗକୁ ସ୍ଥାୟୀ ରଖିବାକୁ ହେଲେ ପ୍ରତ୍ୟେକ ନାଗରିକଙ୍କୁ ସଚେତନତା ଜାରି ରଖିବାକୁ ହେବ । ଏହି ଅନୁଭୂତିକୁ ଆଗାମୀ ଦିନରେ କାୟମ ରଖିବା ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିପାରେ ।