ମୁମ୍ଵାଇ ୧୯।୦୯; ମା' ହେବାକୁ ଯାଉଛନ୍ତି ବଲିଉଡ୍ର ମସ୍ତାନୀ ଦୀପିକା ପାଦୁକୋନ। ଦ୍ୱିତୀୟ ସନ୍ତାନ ଆସିବା ନେଇ ଦୀପିକା ଓ ରଣବୀରଙ୍କ ଘରେ ଖୁସିର ମାହୋଲ୍। ପ୍ରସବ ପୂର୍ବରୁ ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଇଁ ପରିବାର ସହ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଛନ୍ତି ଦୀପିକା। ସାଥୀରେ ଥିଲେ ସ୍ୱାମୀ ରଣବୀର ସିଂହ ଓ ଶ୍ୱଶୁର ଘରର ସଦସ୍ୟମାନେ। ଦୀପିକାଙ୍କ ଏହି ଟ୍ରାଡିସନାଲ ଲୁକ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।

ଡେଲିଭରି ପୂର୍ବରୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେବାକୁ ମନ୍ଦିରରେ ଦୀପିକା ଓ ରଣବୀର ପରିବାର ସହ ପହଞ୍ଚିଥିଲେ । ଦୀପିକାଙ୍କ ମୁହଁରେ ମା' ହେବାର ଖୁସି, ଆଉ ରଣବୀରଙ୍କ ଆଖିରେ ପତ୍ନୀ ଓ ଆସୁଥିବା ସନ୍ତାନ ପାଇଁ ଥିଲା ଯତ୍ନ। ଏହି ଅବସରରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା ଏକ ରୟାଲ ଟ୍ରାଡିସନାଲ ଲୁକ୍। ଭାରୀ ପାରସ୍ୟ ଶୈଳୀର ସଲୱାର ସୁଟ୍ ସାଙ୍ଗକୁ କେଶରେ ଗଜରା। ପୂରା ଲୁକ୍ରେ ଥିଲା ପାରମ୍ପରିକତାର ଛାପ। ଏହାସହ ଦୀପିକାଙ୍କ ପ୍ରେଗନାନ୍ସି ଗ୍ଲୋ ମଧ୍ୟ ଫ୍ୟାନ୍ମାନଙ୍କ ନଜର ଟାଣି ଆଣିଥିଲା।

ଆଉ ଏହି ଦୃଶ୍ୟ ଦେଖିଲେ ଆପଣ ବି କହିବେ ଏହା ହେଉଛି ପରଫେକ୍ଟ କପଲ୍ ଗୋଲ୍ସ। ରଣବୀର ଦୀପିକାଙ୍କ ହାତ ଧରି ତାଙ୍କ ସହ ଚାଲୁଥିବା ବେଳେ ପତ୍ନୀଙ୍କ ପ୍ରତି ତାଙ୍କର ଯତ୍ନ ଓ ସ୍ନେହ ଭିଡିଓରେ ସ୍ପଷ୍ଟ ନଜର ଆସୁଛି। ଦୀପିକାଙ୍କ ପୋଷାକ ସହ ମ୍ୟାଚ୍ କରି ରଣବୀର ପିନ୍ଧିଥିଲେ ବାଇଗଣୀ ରଙ୍ଗର କୁର୍ତ୍ତା। କପାଳରେ ତିଳକ, ମୁହଁରେ ହସ ଏବଂ ପତ୍ନୀଙ୍କ ହାତରେ ହାତ ...ରଣବୀରଙ୍କ ଏହି ଅନ୍ଦାଜ୍ ଫ୍ୟାନ୍ମାନଙ୍କ ମନ ଜିତିଛି। ଦୀପିକା ଓ ରଣବୀରଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ମାନଙ୍କ ଭଲପାଇବା ମଧ୍ୟ ଦେଖିବାକୁ ମିଳୁଛି।

Lalit Modi: କ୍ରିକେଟ୍‌, ଗ୍ଲାମର୍‌ ଓ ବିବାଦ... ବଡ ପରଦାରେ ଲଲିତ ମୋଦିଙ୍କ କାହାଣୀ ଆଣିବେ ସାଜିଦ