ମୁମ୍ଵାଇ ୧୯।୦୯; ଦ୍ବିତୀୟ ସନ୍ତାନ ଅପେକ୍ଷାରେ ଅଭିନେତ୍ରୀ ଦୀପିକା ପାଦୁକୋନ।  ଦୀପିକା ଓ ରଣବୀରଙ୍କ ଘରେ ଖୁସିର ପରବେଶ । ପ୍ରସବ ପୂର୍ବରୁ ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଇଁ ପରିବାର ସହ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଥିଲେ ଦୀପିକା। ସାଥୀରେ ଥିଲେ ସ୍ୱାମୀ ରଣବୀର ସିଂହ ଓ ଶ୍ୱଶୁର ଘରର ସଦସ୍ୟମାନେ। ଏହି ସମୟରେ ଦୀପିକାଙ୍କ  ଟ୍ରାଡିସନାଲ ଲୁକ୍  ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । 

ଡେଲିଭରି ପୂର୍ବରୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେବାକୁ ମନ୍ଦିରରେ ଦୀପିକା ଓ ରଣବୀର ପରିବାର ସହ ପହଞ୍ଚିଥିଲେ । ଦୀପିକାଙ୍କ ମୁହଁରେ ମା' ହେବାର ଖୁସି, ଆଉ ରଣବୀରଙ୍କ ଆଖିରେ ପତ୍ନୀ ଓ ଆସୁଥିବା ସନ୍ତାନ ପାଇଁ ଥିଲା ଯତ୍ନ। ଏହି ଅବସରରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା ଏକ ରୟାଲ ଟ୍ରାଡିସନାଲ ଲୁକ୍। ସାଲୱାର ସୁଟ୍ ସାଙ୍ଗକୁ କେଶରେ ଗଜରା। ଦୀପିକାଙ୍କ ଆଉଟ୍‌ଫିଟରେ ଥିଲା ପରମ୍ପରାର ଝଲକ । 

ରଣବୀର ଦୀପିକାଙ୍କ ହାତ ଧରି ତାଙ୍କ ସହ ଚାଲୁଥିବା ବେଳେ ପତ୍ନୀଙ୍କ ପ୍ରତି ତାଙ୍କର ଯତ୍ନ ଓ ସ୍ନେହ ଭିଡିଓରେ ସ୍ପଷ୍ଟ ନଜର ଆସୁଛି। ଦୀପିକାଙ୍କ ପୋଷାକ ସହ ମ୍ୟାଚ୍ କରି ରଣବୀର ପିନ୍ଧିଥିଲେ ବାଇଗଣୀ ରଙ୍ଗର କୁର୍ତ୍ତା। କପାଳରେ ତିଳକ, ମୁହଁରେ ହସ ଏବଂ ପତ୍ନୀଙ୍କ ହାତରେ ହାତ ...ରଣବୀରଙ୍କ ଏହି ଅନ୍ଦାଜ୍ ଫ୍ୟାନଙ୍କ ମନ ଜିତି ନେଇଛି। ଦୀପିକା ଓ ରଣବୀରଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସକ ଉତ୍ସାହ ଦେଖିବାକୁ ମିଳି।

Lalit Modi: କ୍ରିକେଟ୍‌, ଗ୍ଲାମର୍‌ ଓ ବିବାଦ... ବଡ ପରଦାରେ ଲଲିତ ମୋଦିଙ୍କ କାହାଣୀ ଆଣିବେ ସାଜିଦ