ଯାଜପୁର ରୋଡ,୧୫/୦୯ : ଗଛରେ ଝୁଲୁଛି ମୃତଦେହ ।ଯାଜପୁର ରୋଡ ଥାନା ଖଣ୍ଡାହାତ ଗାଁ ସ୍ଥିତ ବଣଭୋଜୀ ପଡିଆ ନିକଟ ଏକ ବର ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ଜବତ କରି ପୋଲିସର ତଦନ୍ତ ଆରମ୍ଭ କରିଛି l

Also Read :- ଆକ୍ସନମୋଡରେ ଅଗ୍ନିଶମ ବାହିନୀ, ରାଜଧାନୀର ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ

ସୂଚନା ଅନୁଯାୟୀ ସ୍ଥାନୀୟ ଅଂଚଳର କିଛି ଲୋକ ଖଣ୍ଡାହତା ଗାଁ ସ୍ଥିତ ବଣଭୋଜି ପଡିଆ ଆଡେ କୌଣସି କାମରେ ଯାଇଥିଲେ l ଏହି ସମୟରେ ସେମାନେ ଏକ ବରଗଛରେ ଜନୈକ ଯୁବକ ଝୁଲିଥିବା ଦେଖିବାକୁ ପାଇଥିଲେ l ଏଥିସହିତ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଯାଜପୁର ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି l ତେବେ ମୃତ ଯୁବକ ଜଣଙ୍କ କିଏ ଆଉ କଉ ପରିସ୍ଥିତିରେ ବରଗଛରେ ଝୁଲି ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଠ ହେଇନାହିଁ l