ମୁମ୍ଵାଇ ୧୮।୦୩;  "ତାରକ ମେହତା କା ଓଲଟା ଚଷମା" ଶୋ'ର ଫେମ୍ ଦିଶା ବକାନୀ । ସେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଆଜି ବି ଫ୍ୟାନ୍ସ ତାଙ୍କ କମବ୍ୟାକକୁ ଅପେକ୍ଷା କରିଛନ୍ତି । ବୋଧ ହୁଏ ସେ ଫେରିପାରନ୍ତି । ସେପ୍ଟେମ୍ବର ୨୦୧୭ ପରଠାରୁ ଶୋ'ରେ ଦେଖାଯାଇନାହାଁନ୍ତି। ବିବାହର କିଛି ବର୍ଷ ପରେ ସେ ପୁରାପୁରି ପରଦାରୁ ଦୁରେଇ ଯାଇଥିଲେ । ମ୍ୟାଟରନିଟି ଲିବ୍‌ରେ ଯାଇ ଆଜି ପର୍ଯ୍ୟନ୍ତ ଶୋ'କୁ ଫେରି ନାହାଁନ୍ତି।

ସବୁଠାରୁ ବଡ କଥା ଦିଶା କେବେ ଶୋ'କୁ ଫେରିବେ ତାହା କେହି ଜାଣନ୍ତି ନାହିଁ। ପ୍ରଯୋଜକ ଅସିତ ମୋଦିଙ୍କ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ। ନିର୍ମାତାମାନେ ଏବେ ଦିଶାଙ୍କ ସ୍ଥାନରେ ଏକ ନୂତନ ଦୟାବେନଙ୍କୁ ଆଣିବାକୁ କରାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ଶୋ'ରୁ ଦୂରେଇ ଯିବା ପରେ ଦିଶା କେତେ ପରିବର୍ତ୍ତନ ହୋଇଯାଇଛନ୍ତି? ସେ ବର୍ତ୍ତମାନ ଦୁଇ ପିଲାର ମାଆ ଏବଂ ତାଙ୍କ ଘର ଓ ପାରିବାରିକ ଜୀବନ ପରିଚାଳନା କରିବାରେ ବ୍ୟସ୍ତ ଅଛନ୍ତି।

ଦିଶା ସୋସିଆଲ ମିଡିଆରେ ସେତେ ଆକ୍ଟିଭ୍ ନୁହଁନ୍ତି କିନ୍ତୁ ତାଙ୍କ ପ୍ରଶଂସକମାନେ ପ୍ରାୟତଃ ତାଙ୍କର ଏକ ଝଲକ ଦେଖିବାକୁ ପାଆନ୍ତି। ଦିଶାଙ୍କ ଅନେକ ଫଟୋ ଏବଂ ଭିଡିଓ ବିଭିନ୍ନ ଫ୍ୟାନ କ୍ଲବ ଆକାଉଣ୍ଟରେ ମିଳିଥାଏ। ଏବେ, ଅଭିନେତ୍ରୀଙ୍କର ଏକ ନୂତନ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଫଟୋରେ, ଦିଶା ହଳଦିଆ ସିଲ୍କ ଶାଢ଼ି ପିନ୍ଧି ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ବେକରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୁର ପିନ୍ଧିଥିବାର ଦେଖାଯାଉଛି।

କ୍ୟାମେରା ପାଇଁ ପୋଜ୍ ଦେଉଥିବା ସମୟରେ ସେ ହସୁଛନ୍ତି । ଏହା ସହ ଦିଶାଙ୍କ ମଥାରେ ଚନ୍ଦନ ତିଲକ ମଧ୍ୟ ରହିଛି। ସେ ବିନା ମେକଅପ ଲୁକ୍ ନଜର ଆସିଛନ୍ତି । ଏତେ ସରଳତାରେ ପରିପୂର୍ଣ୍ଣ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ପ୍ରକୃତରେ ତାଙ୍କ ଆହୁରି ଭଲ ପାଇଛନ୍ତି।

ୟୁଜର୍ସମାନେ କମେଣ୍ଟରେ ଦିଶାଙ୍କୁ ଶୋ’କୁ ଫେରିବାକୁ ଅନୁରୋଧ କରୁଛନ୍ତି। ଜଣେ ଲେଖିଛନ୍ତି ଯେ, ତାଙ୍କ ବିବାହ ଏବଂ ତାଙ୍କ ଦୁଇ ସନ୍ତାନଙ୍କ ଜନ୍ମ ପରେ, ଦିଶା ଏକ ନନ୍-ଗ୍ଲାମରସ୍, ମେକଅପ୍-ଫ୍ରି ଲୁକ୍ ବାଛି ଏକ ସରଳ ଜୀବନ ବିତାଉଛନ୍ତି। ଦିଶାଙ୍କୁ ପ୍ରାୟତଃ ମେକଅପ୍ ବିନା ଦେଖିବାକୁ ମିଳେ।