ଭୁବନେଶ୍ୱର ୧୮।୧୧ : ବାତ୍ୟା ଅକଭାନ୍‌ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି । ବାତ୍ୟାକୁ ଆଖି ଆଗରେ ରଖି ଆକ୍ସନ ମୋଡ୍‌ରେ ରାଜ୍ୟ ସରକାର। ବିପର୍ଯ୍ୟୟର ମୁକାବିଲା ଏବଂ ଜରୁରୀ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୬୦ଟି ODRAF ଟିମ୍ ମୁତୟନ କରାଯାଇଛି।

ତେବେ ଏହି ମୁତୟନ ବ୍ୟବସ୍ଥାରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମରେ ୧୨ଟି ODRAF ଟିମ୍ ମୁତୟନ ହୋଇଥିବା ବେଳେ ପୁରୀରେ ୯ଟି ଟିମ୍ ମୁତୟନ ହୋଇଛନ୍ତି। ସେହିପରି ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ଟି ଲେଖାଏଁ ଟିମ୍ ନିୟୋଜିତ କରାଯାଇଛି। ସେହିପରି କନ୍ଧମାଳ, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ୩ଟି ଲେଖାଏଁ ODRAF ଟିମ୍ ମୁତୟନ ହୋଇଛନ୍ତି।

Also Read:-ବାତ୍ୟାକୁ ନେଇ SRCଙ୍କ ବଡ଼ ନିଷ୍ପତ୍ତି, ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ସ୍କୁଲ

କେବଳ ଜିଲ୍ଲାଗୁଡ଼ିକରେ ଟିମ୍ ମୁତୟନ ନୁହେଁ, ଜରୁରୀ ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ରିଜର୍ଭ ବ୍ୟବସ୍ଥା ମଧ୍ୟ କରାଯାଇଛି। କୋରାପୁଟ OSAP ତୃତୀୟ ବାଟାଲିୟନରେ ୩ଟି ଟିମ୍ ରିଜର୍ଭ ରଖାଯାଇଥିବା ବେଳେ କଟକ OSAP ଷଷ୍ଠ ବାଟାଲିୟନରେ ମଧ୍ୟ ୩ଟି ଟିମ୍ ସଂରକ୍ଷିତ ରଖାଯାଇଛି।

ଅର୍ଥାତ୍ ମୋଟ ୬୦ଟି ଟିମ୍ ମଧ୍ୟରୁ ୫୪ଟି ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ବେଳେ ୬ଟି ଟିମ୍ ରିଜର୍ଭରେ ରହିଛନ୍ତି।  ବାତ୍ୟା ସମୟରେ ଗଛ ଉପୁଡ଼ିବା, ରାସ୍ତା ଅବରୋଧ, ଜଳବନ୍ଦୀ ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ODRAF ଟିମ୍‌ର ପ୍ରମୁଖ ଦାୟିତ୍ୱ ରହିବ।