ନୂଆଦିଲ୍ଲୀ, ୨୮। ୦୭ : ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଥମିଛି । ପରସ୍ପର ଉପରେ ଆକ୍ରମଣ ସାମାନ୍ୟ ବନ୍ଦ ରହିଛି। ଅନ୍ୟ ଦିଗରେ ଚର୍ଚ୍ଚା ଆଲୋଚନା ବି ଚାଲିଛି । ଏହାମଧ୍ୟରେ କିନ୍ତୁ ଅଶୋଦ୍ଧିତ ତୈଳ ଦରରେ ବଡ଼ ପରିବର୍ତ୍ତନ ହୋଇଛି । ଜୁଲାଇ ୧୭ ପରେ ସବୁଠୁ କମ୍ ଦାମରେ ଏବେ କ୍ରୁଡ୍ ଅଏଲ୍ ପହଁଚିଛି ।

ସୋମବାର ବ୍ରେଣ୍ଚ୍ କ୍ରୁଡ୍ ଅଏଲ୍ ୮.୪୨ ଡଲାର ଅର୍ଥାତ ୮.୭ ପ୍ରତିଶତ ଖସି ବ୍ୟାରେଲ୍ ପିଛା ୮୮.୩୬ ଡଲାରରେ ପହଁଚିଛି । ଜୁଲାଇ ୧୭ ପରେ ଏହା ସବୁଠୁ କମ୍ ରେଟ୍ । ଆମେରିକା ଓ୍ୱେଷ୍ଟ୍ ଟେକସାସ୍ ଇଣ୍ଟରମିଡିଏଟ୍ କ୍ରୁଡ୍ ଅଏଲ୍ ଦର ୬.୭୦ ଡଲାର ବା ୭.୫ ପ୍ରତିଶତ ଖସି ୮୨.୬୧ ଡଲାରରେ ପହଁଚିଛି । କୁହାଯାଉଛି ଯେ, ଆମେରିକା ଉତ୍ତେଜନା ମଧ୍ୟରେ ହଠାତ ଇରାନ ଉପରେ ଆକ୍ରମଣ କମାଇ ଦେଇଛି । ଯାହାର ପ୍ରଭାବ ତୈଳ ଦର ଉପରେ ପଡିଛି ।

Also Read :- ହଠାତ୍ କମିଗଲା ସୁନା ରେଟ୍, ଶୀଘ୍ର ଘରକୁ ନେଇ ଆସନ୍ତୁ...ଏତେ ଅଛି ଦାମ୍

ଗତ ସପ୍ତାହରେ ବ୍ରେଣ୍ଚ୍ କ୍ରୁଡ୍ ଅଏଲ୍ ୧୦୦ ଡଲାର ଅତିକ୍ରମ କରିଥିଲା । ଯୁଦ୍ଧ ପାଇଁ ହର୍ମୋଜରେ ପରିବହନ ବାଧାପ୍ରାପ୍ତ ହୋଇଥିଲା । ଯୁଦ୍ଧ ଲୋହିତ ସାଗର ଯାଏଁ ବ୍ୟାପିଯାଇଥିଲା । ଫଳରେ ସାଉଦି ଆରବରୁ ବିଭିନ୍ନ ଦେଶକୁ ତେଲ ଆସି ପାରିନଥିଲା ।

ଆମେରିକୀୟ ଅଧିକାରୀ ମାଇକ୍ ଓ୍ୱାଲଟନ୍ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୁଟନୀତିକୁ ପ୍ରାଥମିକତା ଦେଇ ଏବେ ଯୁଦ୍ଧକୁ ରୋକିଛନ୍ତି । ଆମେରିକା ଏବଂ ଇରାନ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଏହାର ଭଳ ଫଳାଫଳ ମିଳିପାରେ । ଯଦି କୁଟନୀତି ବିଫଳ ହୁଏ ତାହାଲେ ଜୋରଦାର ଆକ୍ରମଣ କରାଯିବ ।

ଡ୍ରୋନ୍ ନଷ୍ଟ କଲା ସାଉଦି

ସୋମବାର ସାରା ଦିନ ତେଲ ଦାମରେ ହ୍ରାସ ପରିଲକ୍ଷିତ ହୋଇଥିଲା । କାରଣ ସାଉଦି ଆରବର ବାୟୁସେନା ଇରାନ ମାଡ଼ କରିଥିବା ଡ୍ରୋନକୁ ନଷ୍ଟ କରିଥିଲା । ଇରାନ ସାଉଦିର ତୈଳ ବିଶୋଧାନାଗାରକୁ ଟାର୍ଗେଟ୍ କରୁଛି । ଅନେକ ପାଇପଲାଇନ୍ କୁ ଟାର୍ଗେଟରେ ରଖିଛି । ଯାହାକୁ ନେଇ ସାଉଦି ବ୍ୟାପକ ପ୍ରସ୍ତୁତି କରିଛି ।