ବ୍ରହ୍ମପୁର ୨୬।୦୪ : ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ଘଟଣା । କ୍ରାଇମ ସ୍ପଷ୍ଟରେ ବ୍ରହ୍ମପୁର ପୋଲିସ । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସ୍ପଷ୍ଟରେ କ୍ରାଇମ ସିନ୍ ରିକ୍ରିଏସନ କରି ତଥ୍ୟ ଓଗାଳୁଛି ପୋଲିସ । ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି ଗୋପାଳପୁର ପୋଲିସ । ଅଭିଯୁକ୍ତ ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୋଲିସ ରିମାଣ୍ଡରେ ଆଣିଛି। କ୍ରାଇମ ସ୍ପଟରେ ପହଞ୍ଚି କ୍ରାଇମ ରିକ୍ରିଏସନ କରିଛି ପୁଲିସ । ତେବେ କେମିତି ଅପହରଣ କରିଥିଲେ, କାହିଁକି ଅପହରଣ କରିଲେ ଏବଂ କେମିତି ହତ୍ୟା କରିଲେ ? ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ।

Also Read:-ମୁହଁ ଖୋଲିଲେ ସୁଧୀରଙ୍କ ବାପା, କହିଲେ- ନାତୁଣୀ ମାଷ୍ଟରମାଇଣ୍ଡ, ଷଡଯନ୍ତ୍ର କରି ମାରିଦେଲା…

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ । ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରି ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କ ସମେତ ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ(୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁଭମ୍ ନାୟକ(୨୦) ଓ ପୁନରାଖଣ୍ଡି ଗାଁର ଗେଡ଼ୁ ଓରଫ୍ ଶୁଭମ ଗୌଡ଼(୨୦)ଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଏବେ ରିମାଣ୍ଡରେ ନେଇ ଛାନ୍ଭିନ୍ କରୁଛି ପୋଲିସ ।