ଭଦ୍ରକ ୯।୭: ପୁଣି ଥରେ ସାମ୍ନାକୁ ଆସିଲା ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜ ବିବାଦ । ପ୍ରତିପକ୍ଷଙ୍କ ଦସ୍ତଖତ ଜାଲିଆତି କରି କୋର୍ଟଙ୍କ ନିକଟରେ ଦୋଷମୁକ୍ତ ହୋଇଥିବା କହିଥିଲେ । କିନ୍ତୁ ଦସ୍ତଖତ ଜାଲ ହୋଇଥିବା ପକ୍ଷଙ୍କ ଆବେଦନକୁ ବିଚାରକୁ ନେଇ କୋର୍ଟ ୧୭ଟି ନିର୍ଦ୍ଦେଶନାମା ଦ୍ୱାରା ସଠିକ୍ ତଦନ୍ତ କରି ୯୦ ଦିନରେ ତଥ୍ୟ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି ।

Also Read:- ପଞ୍ଚାୟତ-ପୌର ନିର୍ବାଚନ ବିଗୁଲ୍ : ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ, ଡୋର୍ ଟୁ ଡୋର୍ ସର୍ଭେ ଉପରେ ହେବ ସମୀକ୍ଷା

ସୂଚନା ଅନୁଯାୟୀ, ବରପଦା କଲେଜ ରେ ହୋଇଥିବା ଜିଆର କେସ୍‌ରେ କଲେଜ ପକ୍ଷ ଦୋଷ ମୁକ୍ତ ହୋଇଥିବା କହିଥିଲେ । କିନ୍ତୁ ଏହି ମାମଲାରେ ପ୍ରତିପକ୍ଷ ବିକାଶ ରଞ୍ଜନ ଜେନା ନିଜେ କୌଣସି ଦସ୍ତଖତ କରିନଥିବା ଓ କୋର୍ଟଙ୍କ ତରଫରୁ କୌଣସି ଚିଠି ପାଇନଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ । କୋର୍ଟ ଘଟଣାକୁ ଗୁରୁତ୍ବର ସହ ନେଇ ବିକାଶ ରଞ୍ଜନ ଜେନାଙ୍କ ଏତଲାକୁ ଆଧାର କରି ସମାନ କେସରେ ଅପରପକ୍ଷଙ୍କ ନାମରେ ଥିବା ଦୁର୍ନୀତି, ଜାଲିଆତିର ପ୍ରମାଣ ତଥ୍ୟକୁ ଭିତ୍ତି କରି ୧୭ ବିଷୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ସଠିକ୍ ତଦନ୍ତ କରି ୯୦ ଦିନରେ କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।