ମୁମ୍ଵାଇ ୧୩।୦୯; ସିଲଭରଷ୍ଟୋନରେ ଷ୍ଟାର୍ ମିଟ୍... ଭେଟ ହେଲେ ଦକ୍ଷିଣ ଭାରତର ଦୁଇ ସୁପରଷ୍ଟାର!ଗୋଟିଏ ପଟେ ରେସିଂ ଟ୍ରାକ୍ରେ ଅଜିତ କୁମାରଙ୍କ ସ୍ପିଡର ଜଲୱା... ଆଉ ଅନ୍ୟପଟେ ତାଙ୍କୁ ଭେଟିବାକୁ ପହଞ୍ଚିଲେ ବିଜୟ। ଦୁଇ ଷ୍ଟାରଙ୍କ ଏହି ହଠାତ୍ ଭେଟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍। ଅଜିତଙ୍କୁ ଦେଖିବା ମାତ୍ରେ ବିଜୟ ଦୌଡ଼ି ଯାଇ କଲେ ଆଲିଙ୍ଗନ। ଆଉ ଦୁଇ ସୁପରଷ୍ଟାରଙ୍କ ଏହି ଖାସ୍ ମୁହୂର୍ତ୍ତ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚାର ବିଷୟ।

ଲଣ୍ଡନର ସିଲଭରଷ୍ଟୋନ୍ ରେସିଂ ସର୍କିଟ୍ରେ ଏବେ ଏହି ଷ୍ଟାର୍ ମିଟ୍ ହିଁ ଚର୍ଚ୍ଚାରେ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି—ଅଜିତଙ୍କୁ ଦେଖି ବିଜୟ ଦୌଡ଼ି ଯାଉଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଦୁଇ ଷ୍ଟାରଙ୍କ ଏହି ଖୁସିର ମୁହୂର୍ତ୍ତ କ୍ୟାମେରାରେ କଏଦ ହେବା ପରେ ଏବେ ଇଣ୍ଟରନେଟ୍ରେ ଛାଇଯାଇଛି। କେବଳ ଅଜିତ ନୁହେଁ, ଗ୍ରିଡ୍ରେ ନାରାୟଣ କାର୍ତ୍ତିକେୟନ୍ ଓ ଆଦିତ୍ୟ ପଟେଲଙ୍କ ଭଳି ଭାରତୀୟ ଡ୍ରାଇଭର ମଧ୍ୟ ରହିଛନ୍ତି। ଆଉ ଭାରତୀୟ ରେସରଙ୍କୁ ଉତ୍ସାହିତ କରିବାକୁ ସେଠାରେ ପହଞ୍ଚିଛନ୍ତି ବିଜୟ।

ତ୍ରିଷାଙ୍କ ଅପଡେଟ୍ ବି ବଢ଼ାଇଲା ଚର୍ଚ୍ଚା

ଏହାରି ଭିତରେ ଲଣ୍ଡନ ଓ ସିଲଭରଷ୍ଟୋନରୁ ଅଭିନେତ୍ରୀ ରାଧିକା ଶରତକୁମାର ଓ ତ୍ରିଷା କୃଷ୍ଣନ୍ଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ତ୍ରିଷା ଓ ବିଜୟଙ୍କ ଅନ୍ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକ ସବୁବେଳେ ଭଲପାଇଛନ୍ତି। ‘ଘିଲ୍ଲି’ଠାରୁ ‘ଲିଓ’ ପର୍ଯ୍ୟନ୍ତ ଅନେକ ଫିଲ୍ମରେ ଏହି ଯୋଡ଼ି ଦର୍ଶକଙ୍କୁ ଦେଇଛି ହିଟ୍ ମୋମେଣ୍ଟ୍। ତେଣୁ ସିଲଭରଷ୍ଟୋନ୍ର ଏହି ଷ୍ଟାର୍ ଗ୍ୟାଦରିଂକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଏବେ କହିଲେ ନସରେ। ଏବେ ସିଲଭରଷ୍ଟୋନ୍ର ଏହି ଷ୍ଟାର୍ ମୋମେଣ୍ଟ୍ ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ ଟପିକ୍। ଫ୍ୟାନ୍ସଙ୍କ ପାଇଁ ଏହା ନିଶ୍ଚିତ ଭାବେ ଗୋଟିଏ ସ୍ପେଶାଲ୍ ସରପ୍ରାଇଜ୍।