ଭୁବନେଶ୍ୱର ୧୭।୦୯ : ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଗୁରୁବାର ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଦିଲ୍ଲୀ ଗସ୍ତ କରିଛନ୍ତି ଦୁଇଟି ଟିମ୍ । ଏବେ ଆଜି ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ୟୁରୋପ, ଜାପାନ, ସାଉଥ କୋରିଆରୁ ଆସିଥିବା ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ସେମି କଣ୍ଟକ୍ଟର ହେବ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

Also Read:-ଗଞ୍ଜାମ ବଜାପଲ୍ଲୀ ଗାଁରେ ଆଶ୍ଚର୍ଯ୍ୟକର ଘଟଣା, ମାଟି ତଳୁ ବାହାରିଲା ମା' କାଳୀଙ୍କ ସୁନା ମୂର୍ତ୍ତି

ସେହିପରି ନିକଟରେ ଦୁବାଇ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ବିଶିଷ୍ଠ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ରାଜ୍ୟ ବିପୁଳ ପୁଞ୍ଜି ଆସିବାର ସମ୍ଭାବନା ରହିଛି । ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନବେଶ ହୋଇପାରେ । ଯାହାଦ୍ୱାର କି ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବ ।