ଭୁବନେଶ୍ୱର ୨୭।୦୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବଗଡ଼ାରେ ରୋଡ୍ ଶୋ କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜାରହାଟରେ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ସେହିପରି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ କରି ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ । ସେଠାରୁ ଓଡ଼ିଶା ଫେରିବା ପରେ ସିଧାସଳଖ ନିଜ ଜନ୍ମ ମାଟି କେନ୍ଦୁଝର ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ଥିବା ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ହେବେ ସାମିଲ।

Also Read:-Kejriwal Satyagraha vs Justice Sharma: ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ କୋର୍ଟକୁ ଯିବେନି ଅରବିନ୍ଦ କେଜ୍ରିୱାଲ, ଗାନ୍ଧୀଙ୍କ ସତ୍ୟାଗ୍ରହ ପଥ ଆପଣେଇଲେ AAP ମୁଖ୍ୟ

ସୂଚନାଯୋଗ୍ୟ ଯେ, ଅପ୍ରେଲ ୨୯ ତାରିଖରେ ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସୋମବାର ସଂଧ୍ୟାରେ ଥମିବ ପ୍ରଚାର । ୧୪୨ ସିଟ୍ରେ ମତଦାନ ହେବ । ଯେଉଁଥି ପାଇଁ ସବୁ ଦଳ ଜୋରସୋରରେ ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରବିବାର ରାତିରେ ରୋଡ ଶୋରେ ସାମିଲ ହୋଇଥିଲେ ।