ରାୟପୁର: ଛତିଶଗଡ଼ର ଜଶପୁର ଜିଲ୍ଲାର ନାରାୟଣପୁରର ରତନପାହାଲି ଜଙ୍ଗଲରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଥିଲା । ବିମାନଟି ଖୁରାସଗଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛ ସହ ଧକ୍କା ହେବା ପରେ ଜଳିଯାଇଥିଲା । ଦୁର୍ଘଟଣା ନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ।
ରିପୋର୍ଟ ମିଳିଥିଲା ଯେ, ବିମାନଟି ଭୂମିଠାରୁ ପ୍ରାୟ ୩୦ ଫୁଟ ଉଚ୍ଚରେ ଉଡ଼ୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଜଶପୁର ଏସପି ବିମାନ ଦୁର୍ଘଟଣା ନେଇ ସ୍ପଷ୍ଟ କରିଥିଲେ । ଖବର ପାଇବା ପରେ, ଜଶପୁର ଜିଲ୍ଲାପାଳ ରୋହିତ ବ୍ୟାସ ଘଟଣାସ୍ଥଳରେ ପହଞ୍ଚିଥିଲେ ।
#WATCH | Jashpur Collector Rohit Vyas, along with his team, inspects the Narayanpur hills in Chhattisgarh's Jashpur district.
— ANI (@ANI) April 20, 2026
As per the Chhattisgarh Government, "Some news channels and web portals have reported a plane crash in the Narayanpur hills in Chhattisgarh's Jashpur… https://t.co/fklQAbtH7m pic.twitter.com/EneKova62C
ସେପଟେ ଛତିଶଗଡ଼ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କିଛି ଗଣମାଧ୍ୟମରେ ବିମାନ ଦୁର୍ଘଟଣା ନେଇ ଖବର ପ୍ରସାରଣ ହୋଇଥିଲା । ହେଲେ ବିମାନ ଦୁର୍ଘଟଣା ନେଇ କୌଣସି ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ସୂଚନା ମିଳିଥିଲା ଯେ, ଏହା ଏକ ପ୍ରାଇଭେଟ୍ ଫ୍ଲାଇଟ୍ ଥିଲା । ବିମାନ ଦୁର୍ଘଟଣାର ବେଳର ଏକ ଭିଡିଓ ସାମ୍ନାକୁ ଆସିଥିବା ମଧ୍ୟ ଦାବି କରିଥିଲେ କିଛି ଜାତୀୟ ଗଣମାଧ୍ୟମ । ବିମାନଟି ପାହାଡ଼ିଆ ଅଞ୍ଚଳରେ ଉଡ଼ୁଥିବା ବେଳେ ଖସିପଡ଼ିଥିଲା ଏବଂ ଏଥିରୁ ଧୂଆଁ ବାହାରୁଥିବା ନେଇ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ।
