ଛତ୍ରପୁର: ଜନସେବା ହିଁ ଜନପ୍ରତିନିଧିଙ୍କ ପ୍ରକୃତ ପରିଚୟ। ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ ବିପଦ ସମୟରେ ସେମାନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇବା ହେଉଛି ପ୍ରକୃତ ଜନସେବା। ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଜନସେବାର ଏହି ଧାରାକୁ ଆଉ ଏକ ପାଦ ଆଗକୁ ନେଇ ସୋମବାର  ଅପରାହ୍ନରେ ବିଧାୟକ ଶ୍ରୀ ନାୟକ ନିଜର ଏକ ମାସର ଦରମା ବନ୍ୟା ସହାୟତା ପାଣ୍ଠିକୁ ଦାନ କରିଛନ୍ତି।

ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ସେ ଏକ ମାସର ଦରମା ବାବଦ ଚେକ୍ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଏହି ବିପଦ ସମୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଏପରିକି ସମସ୍ତ କର୍ମଚାରୀ ଓ ଅଧିକାରୀ ମଧ୍ୟ୍ୟ ଗୋଟିଏ ଦିନର ଦାରମା ଦେଇଛନ୍ତି | ବର୍ତମାନ ଏହି ଅର୍ଣ୍ଣବ ପାଣ୍ଠି କୁ  ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ମିଳିଛି ବୋଲି ଜିଲ୍ଲାପାଳ କହିଛନ୍ତି |

Also Read: ଏଗ୍ରିଷ୍ଟାକ୍ କାର୍ଡ ନେଇ ଚାଷୀଙ୍କ ଦ୍ୱନ୍ଦ୍ବ ଦୂର କଲେ ଯୋଗାଣ ମନ୍ତ୍ରୀ, କାର୍ଡ କରିନଥିଲେ ଶୀଘ୍ର କରାଇ ନିଅନ୍ତୁ

ଅନ୍ୟପକ୍ଷରେ ଜଣେ ଜନପ୍ରତିନିଧି ଭାବେ ନିଜର ଦରମାକୁ ବିପନ୍ନଙ୍କ ସହାୟତା ପାଇଁ ଉତ୍ସର୍ଗ କରି  ତାଙ୍କର ମାନବିକତା ଓ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱବୋଧର ପରିଚୟ ଦେଇଛନ୍ତି |  ବନ୍ୟା ବିପନ୍ନଙ୍କ ପୁନର୍ବାସ ଓ ଥଇଥାନ ପାଇଁ ସମସ୍ତେ ଆଗକୁ ଆସି   ସହାୟତା ପ୍ରଦାନ କରିବାକୁ ସେ ଅନ୍ୟମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଭୟଙ୍କର ବନ୍ୟା ମାଡ଼ି ଆସିଥିଲା। ହଜାର ହଜାର ଲୋକ ଗୁରୁତର ଭାବେ ପ୍ରଭାବିତ ହେଲେ। ଭୂସ୍ଖଳନରେ ଅନେକଙ୍କ ମୃତ୍ୟୁ ଘଟିଲା। ଚାଷ ଉଜୁଡ଼ି ଗଲା। ଏବେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ଗଞ୍ଜାମବାସୀ। ଏମିତି ଘଡ଼ସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢାଉଛନ୍ତି ଅନେକ ଲୋକ।