ଭୁବନେଶ୍ବର ୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏହି ମାମଲାରେ ଚନ୍ଦ୍ରିକାଙ୍କ ଓଏଏସ୍ ପୁରୁଷ ବନ୍ଧୁ ବାରଙ୍ଗ ଥାନାରେ ପହଞ୍ଚିଛନ୍ତି । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ପୁରୁଷ ବନ୍ଧୁକୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରୁ ଆଣି ବାରଙ୍ଗରେ ପହଞ୍ଚିଛନ୍ତି ।

ଶୁକ୍ରବାର ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଆତ୍ମସମର୍ପଣ କରିଥିଲା । ବାରଙ୍ଗ ଥାନାକୁ ଆଣି ତାକୁ ଅଧିକ ପଚରାଉଚରା କରୁଛି ପୋଲିସ ଟିମ୍ । କାହିଁକି ଚନ୍ଦ୍ରିକା ହେମ୍ବ୍ରମଙ୍କ ସହ ସେ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲା ? ତ୍ରିକୋଣୀୟ ପ୍ରେମ ପାଇଁ ପୁରୁଷ ବନ୍ଧୁ ଚନ୍ଦ୍ରିକାଙ୍କ ଠାରୁ ସମ୍ପର୍କ ଛିନ୍ନ କରିବାକୁ ତତ୍ପର ହେବା ପଛର କାରଣ କ'ଣ ? କାହିଁକି ସେ ଚନ୍ଦ୍ରିକାଙ୍କୁ କଳା କହି ମାନସିକ ନିର୍ଯାତନା ଦେଉଥିଲେ ? ପୁରୁଷ ବନ୍ଧୁଙ୍କ ଠାରୁ ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ଚାହିଁବ ପୋଲିସ । ତେବେ ପୋଲିସ ତାଙ୍କ ଠାରୁ ଜବତ କରିଥିବା ଲାପଟପ୍ ଓ ମୋବାଇଲରୁ ତଥ୍ୟ କାଢ଼ିବାକୁ ଉଦ୍ୟମ ଜାରି ରଖିଛି ।