ଲକ୍ଷ୍ନୌ,୨୬|୦୬:ରାମ ମନ୍ଦିରରେ ବଡ ହେରଫେର ସାମ୍ନାକୁ ଆସିଛି । ଏଠାରେ ଦାନ କରାଯାଇଥିବା ଅର୍ଥ ଏବଂ ଅନେକ ଅଳଙ୍କାର ଚୋରି ଅଭିଯୋଗରେ ପୋଲିସ ଆକ୍ସନ ନେଇଛି ।ଜଣଙ୍କୁ ଏବେସୁଦ୍ଧା ଗିରଫ କରାଯାଇଛି । ଘଟଣାର ତଦନ୍ତ ବି ଚାଲିଛି । ଏସବୁ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ରାମ ଜନ୍ମଭୂମି ଟ୍ରଷ୍ଟ୍ ର ଦୁଇ ଜଣ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ସଦସ୍ୟ ଦ୍ୱୟ ହେଲେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା । ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି ।ଏସଆଇଟିର ସୁପାରିଶ କ୍ରମେ ଘଟଣାରେ ପୂର୍ବରୁ ଏଫଆଇଆର ରୁଜୁ ହୋଇ ସାରିଛି । ଏହି ସମୟରେ ଇସ୍ତଫା ସହ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା କୁହାଯାଉଛି ।

କିଛି ଦିନ ତଳେ ଉତ୍ତର ପ୍ରଦେଶ ସରକାର ଘଟଣାକୁ ଗୁରୁତର କହିବା ସହ ଦୋଷୀକୁ ଛଡାଯିବ ନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତଦନ୍ତ ସଙ୍କେତ ଦେଇଥିଲେ । ଅନିୟମିତତା ଧରା ପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ ।

Also Read :- ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ, ମହାପ୍ରଭୁ ଗୁପ୍ତନୀତିରେ ଲାଗେ ଏହି ପାଟ

ଅର୍ଥ ହେରଫେର ତଥା ଅନିୟମିତତାରେଜଣ ଗିରଫ ହୋଇଛନ୍ତି ସତ ହେଲେ ଏବେବି ଅନେକ ଅସମାହିତ ପ୍ରଶ୍ନ ରହିଯାଇଛି । ଯାହା ଏସଆଇଟିର ଅନ୍ତିମ ରିପୋର୍ଟରେ ଖୁଲାସା ହେବ ବୋଲି ଆଶା କରାଯାଉଛି । ତଦନ୍ତର ପରିଧି ବଢିବ ନାତିକିରେ ଅଚକିବ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।