କଟକ:  ବିଶ୍ୱର ପ୍ରସିଦ୍ଧ  ଐତିହାସି ବାଲିଯାତ୍ରା। କ୍ରେଜ୍ କାହିଁରେ କେତେ। ବ୍ୟବସାୟଙ୍କ ପାଇଁ ଭଲ ଦି ପିସା ରୋଜକଗାର କରିବାର ସୁବର୍ଣ୍ଣ ସୁଯୋଗ।  ଯାହାକୁ ଦୃଷ୍ଟିରେ ରଖି  ବଢ଼ିପାରେ ବାଲିଯାତ୍ରାର ଅବଧି। ଚଳିତ ବର୍ଷ ଆଉ ଗୋଟିଏ କିମ୍ବା ଦୁଇ ଦିନ ବଢ଼ିପାରେ କଟକର ପ୍ରସିଦ୍ଧ ବାଲିଯାତ୍ରା । ଡିସେମ୍ବର ୧ ତାରିଖ ପରିବର୍ତ୍ତେ ୩ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ଦାବି ଅନୁସାରେ ପ୍ରଥମ ଦୁଇଦିନ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ଲଟ କିଣିଥିଲେ ମଧ୍ୟ ୩ ଦିନ ମଧ୍ୟରେ ଭଲ ବ୍ୟବସାୟ ହୋଇପାରି ନାହିଁ । ଏହାସହ  ବିଭିନ୍ନ କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ଅବଧି ବୃଦ୍ଧି ପାଇଁ ଦାବି କରିଛନ୍ତି ବ୍ୟବସାୟୀ। ଏନେଇ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

ବ୍ୟବସାୟୀଙ୍କ ଦାବିକୁ ଗୁରୁତ୍ୱ ଦେଇ ବାଲିଯାତ୍ରାର ଅବଧି ବଢ଼ାଇବା ପ୍ରସ୍ତାବ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଆସନ୍ତା ଦୁଇ ଦିନ ମଧ୍ୟରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତେବେ ସରକାରଙ୍କ ଅନୁମୋଦନ ପରେ ହିଁ ବାଲିଯାତ୍ରାର ଅବଧି ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଯଦି ପ୍ରସ୍ତାବକୁ ମଞ୍ଜୁରୀ ମିଳେ, ତେବେ ଆଉ ଦୁଇ ଦିନ ଧରି ମେଳାର ମଜା ଉଠାଇପାରିବେ ଲୋକେ । ଆଉ ବ୍ୟବାସାୟୀଙ୍କର ବି ଆଶାନୁସାରେ ଲାଭ ପାଇ ପାରନ୍ତି।

​​​​​​​Also Read- ବିଳମ୍ବରେ ଆସିଲା ଶୀତ, ଏବେ କିନ୍ତୁ ବଢ଼ିବ ଥଣ୍ଡା; ଶୁଖିଲା ପାଗ ନେଇ ପୂର୍ବାନୁମାନ