କେନ୍ଦ୍ରାପଡ଼ା ୧୮।୬: ତିଖିରି ସରପଞ୍ଚ ଚାମେଲି ଓଝା ବିବାଦରେ ନୂଆ ମୋଡ଼ । ଚାମେଲି କହିଲେ ଡକ୍ୟୁମେଣ୍ଟ ନଦେବା ଯାଏଁ ମେଡିକାଲ ଛାଡିବେନି । ମେଡିକାଲ ବିରୁଦ୍ଧରେ ଚାମେଲିଙ୍କ ଗୁରୁତର ଅଭିଯୋଗ । ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆଡମିସନ ଡକ୍ୟୁମେଣ୍ଟ ଦେଉନି ମେଡିକାଲ । ପ୍ରଥମ ପର୍ଯ୍ୟାୟ ଆଡମିଶନର ଡିସଚାର୍ଜ ଟିକେଟ୍ ଦେଉନି ମେଡିକାଲ । ଡକ୍ୟୁମେଣ୍ଟ ପାଇଲେ ମେଡିକାଲ ଛାଡ଼ିବି । ଡାକ୍ତର ମୋତେ ବଳପୂର୍ବକ ପୋଲିସ ହାତରେ ଟେକିଦେଲେ । ମୋର ଟେଷ୍ଟ ରିପୋର୍ଟ ମେଡିକାଲ କର୍ତ୍ତୃପକ୍ଷ ଦେଉନାହାନ୍ତି ବୋଲି ଚାମେଲି ଅଭିଯୋଗ କରିଛନ୍ତି ।

ସେପଟେ ବିବାଦର ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା BDO ରବିନାରାୟଣ ଆଚାର୍ଯ୍ୟ l ଘଟଣା ଦିନ କ’ଣ ଘଟିଥିଲା ସେ ସମ୍ପର୍କରେ BDO ଟିକିନିଖି ପ୍ରତିକ୍ରିୟା ରଖିଛନ୍ତି l ଘଟଣା ଦିନ ମନା କରିବା ସତ୍ତ୍ୱେ ଚାମେଲି ତାଙ୍କ ଚାମ୍ବର ଭିତରେ ଭିଡିଓ ରେକର୍ଡିଂ କରିଥିଲେ ବୋଲି BDO କହିଛନ୍ତି l

Also Read:- ବିବାଦର ୮ଦିନ ପରେ ମୁହଁ ଖୋଲିଲେ BDO, କହିଲେ- ମନା କରିବା ସତ୍ତ୍ୱେ ଚାମ୍ବର ଭିତରେ ଭିଡିଓ ରେକର୍ଡିଂ କରିଥିଲେ ଚାମେଲି

ତେବେ ସେଦିନ ଯେଉଁମାନେ ଚାମ୍ବର ଭିତରକୁ ଆସିଥିଲେ ସେମାନେ କେହି ବି ଅନୁମତି ନେଇ ନଥିଲେ l ତେବେ ଚାମ୍ବରରେ ଉଭୟ ଗୋଷ୍ଠୀ ଭିତରେ ପାଟିତୁଣ୍ଡ ହୋଇଥିଲା l ଫଳରେ ବାଧ୍ୟ ହୋଇ ସେ ପୋଲିସରେ ଅଭିଯୋଗ କରିଥିଲେ l

ସବୁଠାରୁ ବଡ଼ କଥା ହେଲା ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ ବୋଲି BDO କହିଛନ୍ତି l ସବୁ ସମସ୍ୟାର ତୁରନ୍ତ ସମାଧାନ ହେଉ, ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେଉ ବୋଲି ମହାକାଳପଡ଼ା ବ୍ଲକ୍ BDO ନିଜ ପ୍ରତିକ୍ରିୟାରେ କହିଛନ୍ତି l