ଭୁବନେଶ୍ୱର ୨୧।୦୧ : ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଉଲ୍ଲେଖନୀୟ ସଫଳତା । NIT ରାଉରକେଲାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ମହୋତ୍ସବ ‘ବୃଦ୍ଧି’ ୨୦୨୬ରେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି କ୍ରୀଡା ମହୋତ୍ସବରେ ସିଜିୟୁର ଭଲିବଲ୍ ଦଳ ଚାମ୍ପିଅନ୍ ହୋଇ ଗୌରବ ଅର୍ଜନ କରିଥିବା ବେଳେ ଫୁଟବଲ ଓ କ୍ରିକେଟ୍ ଦଳ ରନର୍ସ ଅପ୍ ହୋଇ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

NIT ରାଉରକେଲାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବରେ ଦେବଶରେ ବିଭିନ୍ନ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ତେବେ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି (ସିଜିୟୁ)ର ପ୍ରତିଷ୍ଠାତ ଓ ଅଧ୍ୟକ୍ଷ ସଂଜବ ରାଉତ କହିଛନ୍ତି ଯେ, ସିଜିୟୁ ବର୍ତ୍ତମାନ ୟୁନିଭର୍ସିଟିରେ ସ୍ପୋର୍ଟସର ଭିତ୍ତିଭୂମିର ପ୍ରସାର ପାଇଁ କ୍ରିକେଟ୍ ଷ୍ଟାଡିୟମ, ଫୁଟବଲ ଷ୍ଟାଡିୟମ, ପ୍ରତିଷ୍ଠା କରିବା ସହିତ ସମସ୍ତ ଇନ୍ଡୋର ଓ ଆଉଟ୍ଡୋର ଖେଳର ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ପ୍ରାଧାନ୍ୟ ଦେଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବା ସହି ଖେଳକୁଦର ସମସ୍ତ ପ୍ରକାର ସୁବିଧା ପାଇପାରିବେ ।ସେହିପରି ବିଶ୍ୱବିଦ୍ୟାଳୟର ଭାଇସ ଚ୍ୟାନ୍ସେଲର ପ୍ରଫେସର ବଂଶୀଧର ମାଝୀ ଓ ପ୍ରୋ-ଭାଇସ ଚ୍ୟାନ୍ସେଲର ପ୍ରଫେସର ଜି.ଶ୍ରୀଦେବୀ ଛାତ୍ରଛାତ୍ରୀମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।