ବାଲେଶ୍ବର: ଆଉ ମାତ୍ର ୨ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ ସରକାରୀ ମାଡାମ । କିନ୍ତୁ ଲାଞ୍ଚ ଲୋଭରେ ହୋଇଗଲେ ଅନ୍ଧ । ଆଉ ଏବେ ଲାଞ୍ଚ ନେଇ ହୋଇଛନ୍ତି ଗିରଫ। ଏହି ସରକାରୀ ମାଡାମ ​ହେଉଛନ୍ତି ବାଲେଶ୍ବର ସଦର ସିଡିପିଓ ମଧୁସ୍ମିତା ମହାନ୍ତି।‌ ଗାଡ଼ି ଭଡ଼ା ବିଲ୍ ପାସ୍ କରାଇବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ, ଗାଡ଼ି ଭଡ଼ା ବିଲ୍ ପାସ୍ କରିବା ପାଇଁ ଜଣେ ଗାଡ଼ି ମାଲିକ ଦୀର୍ଘ ଦିନ ହେବ ସିଡିପିଓ ଅଫିସ୍ ଦୌଡ଼ୁଥିଲେ। ହେଲେ ବିଲ୍ ପାସ୍ ବଦଳରେ ସିଡିପିଓ ମାଡାମ ସିଧାସଳଖ ୫ ହଜାର ଟଙ୍କାର ପିସି ମାଗିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ମାଡାମଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛି।

Also Read: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ତେବେ ଗିରଫ ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସର ତଲାସି ଜାରି ରହିଥିବା ବେଳେ, ଶିଶୁ ଓ ମହିଳା ବିକାଶ ଭଳି ବିଭାଗରେ ଏଭଳି ଦୁର୍ନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।