ଭୁବନେଶ୍ୱର ୦୨।୦୭ : ମୌସୁମୀ ବର୍ଷାରେ ବେହାଲ ରାଜଧାନୀବାସୀ । ରାଜଧାନୀରେ ସହରି ବନ୍ୟା । କେଉଁଠି ଜଳ ବନ୍ଦୀ ତ ଆଉ କେଉଁଠି ରାସ୍ତା ଉପରେ ପାଣି । ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଯୋଗୁ ଜଳବନ୍ଦୀ ଅବସ୍ଥାରେ ଭୁବନେଶ୍ୱର ୪ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ମିଲେନିୟମ୍ ସିଟି ଅଞ୍ଚଳ ।

ଗୁରୁବାର ମଧ୍ୟାହ୍ନ ସମୟରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ହୋଇଥିଲା । ବୈଭବ ନଗରରେ ଶତାଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସାମାନ୍ୟ ବର୍ଷାରେ ଉବୁଟୁବୁ ଏହି ଅଞ୍ଚଳର ଲୋକେ ଘରୁ ବାହାରି ପାରୁନାହାନ୍ତି,। ଡ୍ରେନ୍ ନଥିବାରୁ ରାସ୍ତା ଉପରେ ଜମି ରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପିଲା ସ୍କୁଲ-କଲେଜ ଯାଇପାରୁନାହାନ୍ତି । ରୋଗୀକୁ ହସ୍ପିଟାଲ ମଧ୍ୟ ନେବା ସମ୍ଭବ ହୋଇପାରୁନାହିଁ । ଏହାସହ ଜାତୀୟ ରାଜପଥ ଯାଉଥିବା ମୁଖ୍ୟ ରାସ୍ତାରେ କଡରେ ପାଣି ଜମି ରହୁଛି। ଏଥି ପାଇଁପାଖାପାଖି ୩୦୦ ଘର ମଧ୍ୟ ପ୍ରଭାବିତ ହେଉଛନ୍ତି । ବିଏମସି ଅଫିସକୁ ବାରମ୍ବାର ଯାଇ ଏଥିପାଇଁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି।

Also Read:-ଷ୍ଟାଡିୟମରେ ଜଲଓ୍ୱା ଦେଖାଇବେ କୋହଲିଙ୍କ ପୁତୁରା ଏବଂ ସେହ୍ୱାଗଙ୍କ ପୁଅ : କିଣିଲା ଦିଲ୍ଲୀର ଏହି ଟିମ୍