କ୍ୟାନସ୍: ଫ୍ୟାସନର ସବୁଠୁ ବଡ଼ ମହୋତ୍ସବ ‘କ୍ୟାନସ୍-୨୦୨୬’ ମଙ୍ଗଳବାର ମେ ୧୨ ତାରିଖରେ ଉଦଘାଟନ ହେବ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଭାରତୀୟ ତାରକା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଦେଶ-ବିଦେଶର ବଡ଼ ବଡ଼ ଷ୍ଟାର ରେଡ କାର୍ପେଟରେ ନିଜକୁ ପ୍ରଦର୍ଶିତ କରିବେ। ଏହି ମହୋତ୍ସବର ଆୟୋଜନ ଫ୍ରାନ୍ସ ର କ୍ୟାନସ ସହରରେ ହେବ। ତେବେ ଆସନ୍ତୁ ଜାଣିବା ଏହି ପୁରା ଇଭେଣ୍ଟର ବିସ୍ତୃତ ବିବରଣୀ।

୧୨ରୁ ମେ ୨୩ ପର୍ଯ୍ୟନ୍ତ ଚାଲିବ କ୍ୟାନସ୍ ଫେଷ୍ଟିଭଲ
ଉଲ୍ଲେଖଯୋଗ୍ୟ ଯେ ଏହି ଉତ୍ସବ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୩ ଦିନ ଧରି ଚାଲିବ ଓ ଫ୍ରାନ୍ସର କ୍ୟାନସ ସହରରେ ଏହି ଇଭେଣ୍ଟର ଆୟୋଜକ ହେବ। ଫ୍ରାନ୍ସ ସମୟ ଅନୁସାରେ ଏହି ଉତ୍ସବ ମେ ୧୨ ତାରିଖରେ ଉଦଘାଟନ ହେବ। ଯଦି ଭାରତୀୟ ସମୟରେ ଦେଖା ଯାଏ ଏହି ଆୟୋଜନ ୧୨ ମେ ରାତିରେ ଆରମ୍ଭ ହେବ। ଯଦି ଭାରତରେ କେହି ଏହି ଉତ୍ସବ ଦେଖିବାକୁ ଚାହିଁବେ ତାଙ୍କୁ ଫ୍ରାନ୍ସ ଯିବାକୁ ପଡିବନି। ସେ ଘରେ ବସି ଅଧିକାରୀକ କାନ୍ ୟୁଟ୍ୟୁବ ଚ୍ୟାନେଲ, ଇଂଷ୍ଟାଗ୍ରାମ ଏବଂ ୱେବସାଇଟ୍ ରେ ଏହା ଦେଖି ପାରିବେ। ଏହା କୌଣସି ଛୋଟମୋଟ ଇଭେଣ୍ଟ ନୁହେଁ ଏହାକୁ ବିଶ୍ୱର ସବୁଠୁ ବଡ଼ ମଞ୍ଚ କୁହାଯାଏ। ଏହି ଫେଷ୍ଟିଭାଲରେ ଦେଖାଇବା ପାଇଁ ଭାରତ ପକ୍ଷରୁ ମଧ୍ୟ କିଛି ଭଲ ଫିଲ୍ମ ପଠାଯାଇଛି।

ଏହି ବଲିଉଡ ସେଲେବ୍ରିଟି ଦେଖାଯିବେ ରେଡ କାର୍ପେଟ୍ ରେ
କ୍ୟାନସ ଫିଲ୍ମ ଫେଷ୍ଟିଭାଲରେ ବଡ଼ ବଡ଼ ଲୋକେ ଅଂଶଗ୍ରହଣ କରନ୍ତି। ଭାରତରୁ ମଧ୍ୟ କିଛି ଜଣାଶୁଣା ଲୋକ ଯେପରିକି ଐଶ୍ୱର୍ଯ୍ୟା ରାୟ, ଆଲିଆ ଭଟ୍ଟ ତ ଅଂଶଗ୍ରହଣ କରନ୍ତି, ହେଲେ ଏଥର କରଣ ଜୋହର, ତାରା ସୁତାରିୟା ଓ ମୋନୀ ରାୟ ଆସିବାର ସମ୍ଭାବନା ରହିଛି। ହେଲେ ଏ ବର୍ଷର ସବୁଠୁ ବଡ଼ କଥା ହେଉଛି ଭାରତୀୟ ଫିଲ୍ମ ନିର୍ମାତା ଆଶୁତୋଷ ଗୋଭିରକର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ସହିତ ପ୍ରଥମ ଥର ପଞ୍ଜାବୀ ଇଣ୍ଡଷ୍ଟ୍ରିରୁ ଆମ୍ମି ଭିରକ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।