ଭୁବନେଶ୍ୱର ୦୯।୦୯ : ଖୁବଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍ । କ୍ୟାନ୍ସର ଚିକିତ୍ସା ଆଉ ରହିବ ନାହିଁ କେବଳ ବଡ଼ ସହରରେ ସୀମିତ। ଜିଲ୍ଲା ହସ୍ପିଟାଲରେ ମିଳିବ କେମୋ, ଗାଁ ଦୁଆରେ ପହଞ୍ଚିବ କ୍ୟାନ୍ସର କେୟାର ।

କ୍ୟାନ୍ସର ଚିକିତ୍ସାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ରୋଗୀଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ଖୁବଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍। ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କ୍ୟାନ୍ସର କେୟାର କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି।

Also Read:-ସୀମା ଟପିଲା ସାବତ ମାଆର ନିର୍ଯାତନା, ୮ ବର୍ଷର ନାବାଳକକୁ ନିର୍ଘାତ ମାଡ

ସେହିପରି ରାଜ୍ୟର ୩୨ଟି ଜିଲ୍ଲା ହସ୍ପିଟାଲରେ ଡେ-କେୟାର ସିଷ୍ଟମ୍ ଲାଗୁ କରାଯିବ। ଏହାଦ୍ୱାରା କ୍ୟାନ୍ସର ରୋଗୀଙ୍କୁ ଦୂର ଜିଲ୍ଲା କିମ୍ବା କଟକ ଯିବାକୁ ପଡ଼ିବ ନାହିଁ। କ୍ୟାନ୍ସର ଚିହ୍ନଟ ପରେ ରୋଗୀ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପ୍ରଥମ କେମୋଥେରାପି ନେବେ। ଏହାପରେ ଆବଶ୍ୟକ ଥିବା ପରବର୍ତ୍ତୀ କେମୋଥେରାପିଗୁଡ଼ିକ ନିଜ ଜିଲ୍ଲା ହସ୍ପିଟାଲରେ ନେଇପାରିବେ। ଫଳରେ ରୋଗୀ ଓ ପରିବାର ଉପରେ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚର ବୋଝ କମିବ। ଏହାସହ କ୍ୟାନ୍ସର ଚିହ୍ନଟ ହେଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ସେଣ୍ଟରରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।