ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନ ଯୋଗୁ ଶୁଭ ଯୋଗ ସୃଷ୍ଟି ହୋଇଥାଏ। ଯେଉଁଥିରେ କିଛି ଯୋଗ ଖୁବ୍ ଲାଭଦାୟୀ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ତେବେ ଗ୍ରହ ଚଳନ ଅନୁସାରେ ଚଳିତ ମାସରେ ବୁଦ୍ଧାଦିତ୍ୟ ଯୋଗ ଏବଂ ଲକ୍ଷ୍ମୀ ନାରାୟଣ ଭଳି ଦୁଇ ଦୁଇଟି ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଶାସ୍ତ୍ରରେ ଏହି ସଂଯୋଗକୁ ଅତ୍ୟନ୍ତ ଲାଭାଦାୟୀ ବୋଲି ବିଶ୍ବାସ ରହିଛି।

ଜ୍ୟୋତିର୍ବିଦଙ୍କ ଅନୁସାରେ, ଯେତେବେଳେ ସୂର୍ଯ୍ୟ ଏବଂ ବୁଧ ଗୋଟିଏ ରାଶିରେ ସଂଯୋଗ ହୁଅନ୍ତି ସେତେବେଳେ, ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ ମେଷ ରାଶିରେ ଅଛନ୍ତି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ମେ ୧୫ ଦିନ ସୂର୍ଯ୍ୟ ଏବଂ ବୁଧ ବୃଷ ରାଶିରେ ପ୍ରବେଶ କରି ବୁଦ୍ଧାଦିତ୍ୟ ଯୋଗ କରିବେ। ଏହା ପରେ ମେ ୨୯ରେ ମିଥୁନ ରାଶିରେ ବୁଧ ପ୍ରବେଶ କରି ଶୁକ୍ରଙ୍କ ସହ ସଂଯୋଗ ହେବେ ଏବଂ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେବ। ଏମିତିରେ ମେ ମାସରେ ବୃଷ ରାଶିରେ ବୁଦ୍ଧାଦିତ୍ୟ ଯୋଗ ଏବଂ ମିଥୁନ ରାଶିରେ ଲକ୍ଷ୍ମୀ ନାରାୟର ଯୋଗ ହେବା ଦ୍ବାରା କିଛି ରାଶିଙ୍କୁ ସୁବର୍ଣ୍ଣ ସମୟ ଆରମ୍ଭ ହୋଇପାରେ। ଏମିତିରେ ମେ ୧୫ରୁ ଏହି ରାଶିମାନଙ୍କୁ ଦୁଇଟି ରାଜଯୋଗ ମିଳିବ।

Also Read: ରୋଷେଇ ଘରେ କେବେବି ଖାଲି କରନ୍ତୁନି ଏହି ୫ଟି ଜିନିଷ; ଦେବୀ ଅନ୍ନପୂର୍ଣ୍ଣା ହେବେ ଅସନ୍ତୁଷ୍ଟ, ପରିବାରରେ ବୃଦ୍ଧି ପାଇବ ଆର୍ଥିକ କଷ୍ଟ​​​​​​​

ବୁଦ୍ଧାଦିତ୍ୟ ଯୋଗରୁ କେଉଁ ରାଶି ବ୍ୟକ୍ତିଙ୍କୁ ମିଳିବ ଲାଭ ?

ବୃଷ- ଏହି ଯୋଗ ବୃଷ ରାଶିରେ ସୃଷ୍ଟି ହେବ। ସାମାଜିକ ପ୍ରତିଷ୍ଠା ପାଇବେ। ଦୀର୍ଘ ଦିନ ଧରି ପଡ଼ି ରହିଥିବା ସରକାରୀ କାମ ସମାପ୍ତ ହେବ ଏବଂ ନିଷ୍ପତ୍ତି ନେବାର କ୍ଷମତା ଅଧିକ ହେବ।

ସିଂହ- କାର୍ଯ୍ୟ କ୍ଷେତ୍ରରେ ପ୍ରଚଣ୍ଡ ଉନ୍ନତିର ସଙ୍କେତ ଦେଖାଯାଉଛି। ପଦୋନ୍ନତି କିମ୍ବା ନୂତନ ଚାକିରିର ପ୍ରବଳ ସମ୍ଭାବନା ଅଛି।

କନ୍ୟା- ବୁଧ ଆପଣଙ୍କ ରାଶି ଉପରେ ପ୍ରଭାବ ପକାଇବ। ବୃଷ ରାଶିରେ ସୂର୍ଯ୍ୟ ସହ ସଂଯୋଗ ଦ୍ବାରା ଭାଗ୍ୟ ଉଦୟ ହେବ। ଧର୍ମରେ ମନୋନିବେଶ ଏବଂ ଶିକ୍ଷା ପାଇଁ ଏକ ମଙ୍ଗଳଦାୟକ ପ୍ରମାଣିତ ହେବ।

ବିଛା- ବ୍ୟବସାୟରେ ଯଥେଷ୍ଟ ଲାଭ ହେବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହ ସମ୍ପର୍କ ଉନ୍ନତି ହେବ।

Also Read: FSSAI Ashwagandha advisory: ଶରୀରର ଶକ୍ତି ବଢ଼ାଇବାକୁ ଅଶ୍ବଗନ୍ଧା ଖାଉଛନ୍ତି କି ?

ଲକ୍ଷ୍ମୀ ନାରାୟଣ ଯୋଗରୁ କେଉଁ ରାଶିର ଲୋକମାନେ ଲାଭବାନ ହେବେ?

ମିଥୁନ- ଏହି ଯୋଗ ଆପଣଙ୍କ ଲଗ୍ନ ଗୃହରେ ସୃଷ୍ଟି ହେବ। କଥା ମଧୁର ହେବ। ମାର୍କେଟିଂ, ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିଙ୍କୁ ପ୍ରସିଦ୍ଧି ମିଳିବ। ଅର୍ଥ ଆୟ ସହଜ ହେବ।

ତୁଳା- ଶୁକ୍ର ଆପଣଙ୍କ ରାଶି ଉପରେ ପ୍ରଭାବ ପକାଇବ। ମିଥୁନରେ ବୁଧ ସହ ସଂଯୋଗ ହଠାତ୍ ଆର୍ଥିକ ଲାଭ ଆଣିପାରେ। ଆପଣଙ୍କର ବିଳାସ ବୃଦ୍ଧି ପାଇବ।

କୁମ୍ଭ- ଏହି ଯୋଗ ଆପଣଙ୍କ ପ୍ରେମ ଏବଂ ସନ୍ତାନମାନଙ୍କୁ ପ୍ରଭାବିତ କରିବ। ଯେଉଁମାନେ ସୃଜନଶୀଳ କ୍ଷେତ୍ରରେ (ଡିଜାଇନିଂ, ସଂଗୀତ, ଅଭିନୟ) ଅଛନ୍ତି ସେମାନେ ବହୁତ ସଫଳତା ପାଇବେ। ସେୟାର ବଜାର କିମ୍ବା ପୁରୁଣା ନିବେଶରୁ ଲାଭ ମିଳିବ।

ଧନୁ- ବୈବାହିକ ଜୀବନରେ ଖୁସି ବୃଦ୍ଧି ପାଇବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଶୁକ୍ର ଏବଂ ବୁଧଙ୍କ ଏହି ସଂଯୋଗ ଆପଣଙ୍କୁ ସଫଳତାର ପଥ ଦେଖାଇବ।

ବି.ଦ୍ର: ଏହି ଖବରରେ ଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ପ୍ରମେୟନ୍ୟୁଜ୭ ଏହାକୁ ସମର୍ଥନ କରେ ନାହିଁ ।