ନୂଆଦିଲ୍ଲୀ ୧୧।୭: ଦୂର ହେବ ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ଶୁଣାଣିରେ ସାମଧାନ ପାଇଁ ଦୁଇ ରାଜ୍ୟର ସହମତି ପ୍ରକାଶ । ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ମୋହର ମାରିଲା ଛତିଶଗଡ଼ । ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଜଳ ବିବାଦ ମାମଲାର ଶୁଣାଣି ହୋଇଥିବା ବେଳେ ଆପୋଷ ସମାଧାନ ପାଇଁ ଦୁଇ ରାଜ୍ୟର ସହମତି ପ୍ରକାଶ ପାଇଥିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।

Also Read: ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ, ମହାପ୍ରଭୁଙ୍କୁ ଲାଗି ହେଲା ୨ କ୍ବିଣ୍ଟାଲରୁ ଅଧିକ ଫଳ

ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଓଡ଼ିଶା ସହିତ ଆପୋଷ ଆଲୋଚନା ଜରିଆରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଆଗ୍ରହୀ ଅଛନ୍ତି । ଏହି ଆଲୋଚନା ଓ ସହମତି ଆଧାରରେ ମାନ୍ୟବର ଟ୍ରିବ୍ୟୁନାଲ ଛତିଶଗଡ଼ ଠାରୁ ଏକ ଲିଖିତ ପ୍ରତିଶ୍ରୁତି ଲୋଡ଼ିଛନ୍ତି । ଯାହାକୁ ଆଗାମୀ ଶୁଣାଣି ତାରିଖ ପୂର୍ବରୁ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଜୁଲାଇ ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।