ଘଟଗାଁ: ଘଟଗାଁ ଥାନା ଅନ୍ତର୍ଗତ କୋଳିପଶି ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ବେଢ଼ାପାଳ ଗ୍ରାମର ବନମାଳୀ ନାଏକ ବୋଲି ଜଣାପଡ଼ିଥିବା ବେଳେ, ପୋଲିସ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମୃତଦେହଟି ପ୍ରାୟ ୩ ରୁ ୪ ଦିନ ଧରି ଜଙ୍ଗଲରେ ଝୁଲି ରହିଥିବା ଯୋଗୁଁ ଏହା କ୍ଷୟ ହେବା ଆରମ୍ଭ ହୋଇପଡ଼ିଛି। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।

Also Read: ଗଣେଶ ଭାସାଣିରେ ଖେଳିଗଲା ଶୋକର ଛାୟା : ଭାସିଗଲେ ୪ ଯୁବକ, ଉଦ୍ଧାର ହେଲା ସମସ୍ତଙ୍କ ମୃତଦେହ