ପୁରୀ ୧୩।୩: ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଲା ରକ୍ତଛିଟା । ମାଡି ଆସୁଛି କି ବଡ଼ ବିପତ୍ତି ? ଦୁଇ ଦିନ ତଳେ ନୀଳଚକ୍ରରୁ ଛିଣ୍ଡିଥିଲା ମାନସିକ ବାନା । ଇଏ ମଧ୍ୟପ୍ରାଚ୍ୟରେ ହେଉଥିବା ଯୁଦ୍ଧର ସଙ୍କେତ ନୁହେଁ ତ ? ଏହା ପୂର୍ବରୁ ଲଗାତାର ଦୁଇ ଦିନ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ଦୀର୍ଘ ସମୟ ଧରି ବସିଥିଲା । ପୁଣି ଚିଲ ଉଡିଯିବା ପରେ ଛିଣ୍ଡିଯାଇଥିଲା ମାନସିକ ବାନା । ଆଉ ଏବେ ଗର୍ଭଗୃହରେ ରକ୍ତ ଛିଟା । ଏ କି ପ୍ରକାର ସଙ୍କେତ ?

ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଗର୍ଭଗୃହରେ ପଡ଼ିଲା ରକ୍ତ ଛିଟା । ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଝିଆ । ସେପଟେ ଗର୍ଭଗୃହରେ ରକ୍ତ ଛିଟା ପଡ଼ିଥିବା ଯୋଗୁଁ ଠାକୁରଙ୍କର ହେଲା ବଡ଼ ମହାସ୍ନାନ ନୀତି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

​​​​​​​ଏ ଖବର ବି ପଢ଼ନ୍ତୁ:- Srimandir Puri: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା

ଶୁକ୍ରବାର ମଧ୍ୟାହ୍ନ ଧୂପ ପରେ ବୋଝିଆ ମାନେ ଭୋଗ ବୋହୁଥିବା ବେଳେ ଜଣେ ବୋଝିଆ ଗର୍ଭଗୃହରେ ପଡ଼ି ଯାଇଥିଲେ । ତଳେ ପଡ଼ିଯିବାରୁ ସମ୍ପୃକ୍ତ ବୋଝିଆଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ବୋଝିଆ ଶାସନ ଦାମୋଦରପୁରର ଅଶୋକ ପ୍ରଧାନ । ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ବଡ଼ ମହାସ୍ନାନ ନୀତି ଚାଲିଛି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ବଡ଼ ମହାସ୍ନାନ ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ସ୍ବଭାବିକ ହେବ ।