ବେଜିଂ ୧୧।୦୬ : ଭୟଙ୍କର ବ୍ଲାଷ୍ଟ । ଜୋରଦାର ବିସ୍ଫୋରଣରେ ଥରିଲା ପୁରା ଅଞ୍ଚଳ । ଯେଉଁଥିରେ ଚାଲିଯାଇଛି ୭ ଜୀବନ। ଏହାସହିତ ୧୬ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି ।  ଏବେବି ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । 

ଖବର ଅନୁଯାୟୀ, ଚୀନ୍ର ଦକ୍ଷିଣ-ପଶ୍ଚିମ ଗୁଆଁଗକ୍ସି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଖବର ସାମ୍ନାକୁ ଆସିଛି । ବିସ୍ଫୋରଣର ଶବ୍ଧ ଏତେ ଜୋରରେ ଥିଲା ଯେ, ସୀମାବର୍ତ୍ତୀ ଅଞ୍ଚଳ ଯାଏଁ ବ୍ୟାପିଯାଇଥିଲା । ଜାତୀୟ ଗଣମାମଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ବସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-Chandrika Death Mystery: ପୋଷ୍ଟମର୍ଟମ ରିପୋର୍ଟରେ ଖୋଲିଲା ସତ, ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ଚନ୍ଦ୍ରିକାଙ୍କ ମୃତ୍ୟୁ

ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଗ୍ୟାସ୍‌ ଲିକ୍‌ ପାଇଁ ଏହି ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ସ୍ଥାନୀୟ ଅଧିକାରୀଙ୍କ ଯାଞ୍ଚ ପରେ ଏହା ଗ୍ୟାସ୍‌ ଲିକ ଯୋଗୁ ବିସ୍ଫୋରଣ ହୋଇଛି ବୋଲି ସୂଚନା ଦେଇଛନ୍ତି