ଲାହୋର,୧୭/୦୮:ଟଳିଲେ ପାକିସ୍ତାନୀ ସୈନ୍ୟ । ଜୀବନ ହାରିଲେ ୨୬ରୁ ଅଧିକ ଯବାନ । ବେଲୁଚ୍ ଲିବରେସନ ଆର୍ମୀ ଗତ ୮ ଦିନ ମଧ୍ୟରେ ବେଲୁଚିସ୍ତାନରେ ଅନେକ ଆକ୍ରମଣ କରିଥିବା ଦାବି କରିଛି । ମୋଟ୍ ୨୨ଟି ଆକ୍ରମଣରେ ପାକିସ୍ତାନୀ ସୁରକ୍ଷାକର୍ମୀ, ପୋଲିସ ଏବଂ ସରକାର ସମର୍ଥିତ କିଛି ଗୋଷ୍ଠୀଙ୍କୁ ଟାର୍ଗେଟ୍ କରାଯାଇଥିବା ବିଏଲଏ ଦାବି କରିଛି ।

Also Read :- 'ଏବର୍ଷ ଶେଷ ମ୍ୟାଚ୍ ଖେଳିବି' : ଅବସର ନେଇ ସଙ୍କେତ ଦେଲେ ରୋନାଲ୍ଡୋ

ବିଏଲଏର ସୂଚନାନୁସାରେ, ପାକିସ୍ତାନୀ ସେନା ଏବଂ ସରକାର ସମର୍ଥିତ ଡେଥ୍ ସ୍କ୍ୱାଡର ୨୬ ଜଣ ଯବାନଙ୍କୁ ନିପାତ କରାଯାଇଛି । ଏହାସହ ଶତାଧିକ ଯବାନ ଆହତ ହୋଇଛନ୍ତି । ଆଉ କିଛି ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ବେଲୁଚିସ୍ତାନରେ ଆଡ୍ଡା ଜମାଇଥିଲା । ବିଏଲଏର ଗଡ ଏବଂ ସୀମାରେ ପଶିବାକୁ ଉଦ୍ୟମ କରୁଥିଲେ । ଗତ ୮ ଦିନ ମଧ୍ୟରେ ବେଲୁଚିସ୍ତାନର ଅନେକ ଜାଗାରେ ବିସ୍ଫୋରଣ କରାଯାଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ, ଗାଡି ଏବଂ କାରକେଡ୍ ଆଦି ସାମିଲ ରହିଛି । କିଛି ପରିବହନ ଗାଡି଼କୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଏହାଦ୍ୱାରା ପାକିସ୍ତାନର ଅର୍ଥନୈତିକ ଗତିକୁ ଝଟକା ଲାଗିଛି ।

ସେହିପରି ବିଏଲଏ ପକ୍ଷରୁ ଆହୁରି କୁହାଯାଇଛି ଯେ, ଅଗଷ୍ଟ ୯ ତାରିଖରେ ବିଏଲଏ ଯୋଦ୍ଧା ନୋକଚାହ ଏବଂ କ୍ୱେଟାରେ ଆକ୍ରମଣ କରିଥିଲେ । ଅଗଷ୍ଟ ୧୦ ତାରିଖରେ ଜାତୀୟ ରାଜପଥରେ ଏକ ପୋଲିସ ପୋଷ୍ଟ୍ ଉପରେ ଆକ୍ରମଣ କରାଯାଇଥିଲା । ୧୧ ତାରିଖରେ ସୁରାପରେ ଏକ ସ୍ଥାନରେ ବିଏଲଏ ଆକ୍ରମଣ କରିଥିଲା । ସେହିପରି ଛତର ପୋଲିସ ଷ୍ଟେସନକୁ ସେମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । କଲତାରେ ପାକିସ୍ତାନୀ ସେନାର ଏକ ଗ୍ରୁପକୁ ସେମାନେ ଟାର୍ଗେଟ୍ କରିଥିଲେ । ଏଥିରେ ୧୭ ଜଣ ପାକ୍ ରେଞ୍ଜର୍ସଙ୍କୁ ନିପାତ କରାଯାଇଛି । ସେହିପରି ଅଗଷ୍ଟ ୧୩ ଏବଂ ୧୪ରେ ତୁର୍ବତ ଏବଂ ଚିତକାନରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଗ୍ରେନେଡ୍ ମାଡ଼ କରାଯାଇଥିଲା । ଏଥିରେ ଅନେକ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ।

କେବଳ ଏତିକି ନୁହେଁ ଅଗଷ୍ଟ ୧୫ ତାରିଖରେ ମଧ୍ୟ ସରାବ ନିକଟରେ ଥିବା ଏକ ମଦ୍ରାସାରେ ବିସ୍ଫୋରଣ ହୋଇଛି । ଏକ ବ୍ରିଜକୁ ଆଇଡି ବିସ୍ଫୋରଣ କରି ଉଡାଇ ଦିଆଯାଇଥିବା ବିଏଲଏ ପକ୍ଷରୁ କୁହାଯାଇଛି ।