ନୂଆଦିଲ୍ଲୀ: ଆକ୍ସିସ୍ ମାଇ ଇଣ୍ଡିଆର ମୁଖ୍ୟ ପ୍ରଦୀପ୍ତ ଗୁପ୍ତା ବିଜେପିକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ ୨୦୧୪ରେ ଆରମ୍ଭ ହୋଇଥିବା ବିଜେପିର ରାଜନୈତିକ ଦବଦବା ବର୍ତ୍ତମାନ ସମୟରେ ୨୦ ବର୍ଷ ଯାଏଁ ଜାରି ରହିବ । ସେ ଯୁକ୍ତି ଦେଇଛନ୍ତି ଯେ ଶାସକ ଦଳର ସ୍ଥିତି ସେପର୍ଯ୍ୟନ୍ତ ସୁରକ୍ଷିତ ରହିବ, ଯେପର୍ଯ୍ୟନ୍ତ ଶାସନର ପ୍ରଦର୍ଶନ ଦୁର୍ବଳ ନ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଦୀପ ଗୁପ୍ତାଙ୍କ ଆକ୍ସସ୍ ମାଇ ଇଣ୍ଡିଆର ଅତୀତରେ ଅନେକ ଏକଜିଟ୍ ପୋଲ୍ସ ସତ ପ୍ରମାଣିତ ହୋଇଛି ।

କଂଗ୍ରେସର ଦୀର୍ଘ ସମୟ ଯାଏ ରହିଥିବା ରାଜନୈତିକ ପତିଆରା ସହ ପ୍ରଦୀପ ଗୁପ୍ତା ତୁଳନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ରାଜନୀତି ଗୋଟିଏ ଦଳର ପ୍ରଭାବର ଆଉ ଏକ ଯୁଗର ସାକ୍ଷୀ ହେଉଛି । ଏକ ସାକ୍ଷାତକାରରେ ସେ କହିଛନ୍ତି, ରାଜନୀତିରେ ଗୋଟିଏ ସୀମା ରହିଥାଏ । ପୂର୍ବେ, କଂଗ୍ରେସ ୧୯୭୭ ଯାଏଁ ଲଗାତାର ଶାସନ କରିଥିଲା । ଏହାପରେ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହେଲା । ସେହି ସମୟରେ ଆମେ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଏକ ରାଜନୈତିକ ପିଢି ବିଷୟରେ କଥା ହେଉଥିଲୁ । ଏବେବି ସେହି ୨୦ ବର୍ଷର ଅବଧି ଜାରି ରହିବ ।

ସେ କହିଛନ୍ତି, ବିଜେପି ମଧ୍ୟ ଦୀର୍ଘ ସମୟ ଯାଏ ଭାରତୀୟ ରାଜନୀତିର କେନ୍ଦ୍ରୀୟ ଧ୍ରୁବ ହୋଇ ରହିବ । ତାଙ୍କ ମତରେ, ଶାସକ ମେଣ୍ଟ ଓ ବିରୋଧୀ ଉଭୟଙ୍କ ଭବିଷ୍ୟତ ଅନେକ ମାତ୍ରା ବର୍ତ୍ତମାନ ସରକାରଙ୍କ କାମ ଉପରେ ନିର୍ଭ କରୁଛି । ସେ କହିଛନ୍ତି, ଏତେ ବଡ଼ ଜନାଦେଶ ମିଳିବା ପରେ, ବିଜେପିଠାରୁ ଆଶା ବଢିଛି । ଏଥିପାଇଁ ବିଜେପି ଓ ଏନଡିଏକୁ ଏବେ ଚମତ୍କାର କାମ କରିବାକୁ ହେବ । ଯେପର୍ଯ୍ୟନ୍ତ ତାଙ୍କ ପ୍ରଦର୍ଶନ ଦୁର୍ବଳ କିମ୍ୱା ଖରାପ ନ ହୋଇଛି, ସେମାନେ ଜିତି ଚାଲିଥିବେ ଏବଂ ବିରୋଧୀ ପରାଜିତ ହେଉଥିବେ ।

ସେ କହିଛନ୍ତି, କଂଗ୍ରେସ ଉପରେ ପୂର୍ବ କୁଶାସନ ଧାରଣା ସହ ଜଡ଼ିତ ପ୍ରସଙ୍ଗ ଏବେବି ଦଳ ଉପରେ ଭାରି ପଡ଼ୁଛି । ସେହି ପ୍ରସଙ୍ଗ ଯୋଗୁଁ ରାଜନୈତିକ କ୍ଷତିକୁ ଭରଣା କରିବା କଂଗ୍ରେସ ପାଇଁ କଷ୍ଟକର ହେଉଛି । ସେ କହିଛନ୍ତି, ଯଦି ଆପଣ ୨୦୨୯ କଥା କହିବା, ତେବେ ମୋ ମତରେ ସାରା ଦେଶକୁ ମନାଇବାକୁ କଂଗ୍ରେସକୁ ଆହୁରି ୫ ବର୍ଷ ସମୟ ଲାଗିପାରେ ।

ପ୍ରଦୀପ ଗୁପ୍ତା କହିଛନ୍ତି, ଉତ୍ତେର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ବର୍ଷକୁ ବି କମ ସମୟ ବାକି ରହିଛି । ଶାସକ ବିଜେପିର ସ୍ଥିତି ସେଠାରେ ମଜଭୁତ ନଜର ଆସୁଛି । ସେଠାକାର ଜନତା ଯୋଗୀ ଆଦିତ୍ୟନାଥ ସରକାରର କାମରେ ସନ୍ତୁଷ୍ଟ ଅଛନ୍ତି । ସେହିପରି ପଞ୍ଜାବରେ ଚାରି-କୋଣୀୟ ମୁକାବିଲା ଯୋଗୁ ଶାସକ ଆମ୍ ଆଦମୀ ପାର୍ଟି ପ୍ରତି ଜନତାଙ୍କ ମନରେ ମିଶ୍ର ପ୍ରତିକ୍ରିୟା ରହିଛି ।