ଭୁବନେଶ୍ୱର ୧୪।୦୪ : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ପଦଯାତ୍ରା । ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩କୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ କରାଯାଇଛି । ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗ ଦେଇଥିଲେ । ଏହି ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ, ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ଐଶ୍ଚର୍ଯ୍ୟ ବିଶ୍ୱାଳ, ମହିଳା ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ ।

ଅପ୍ରେଲ୍ ୧୬ରୁ ୧୮ ତାରିଖ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩କୁ ନେଇ ଆଲୋଚନା ହେବ । ଏହାକୁ ନଜରରେ ରଖି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା କରାଯାଇଥିଲା । ମାଷ୍ଟମକ୍ୟାଣ୍ଟିନରୁ ବିଜେପି ମହିଳା ମୋର୍ଚ୍ଚାର ରାଲି ବାହାରି ରାମ ମନ୍ଦିର ଯାଏଁ ଯାଇଥିଲା । ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ନେତୃତ୍ୱ-୭ ସ  ହେଉଛି ନାରୀ ଅଧିକାର ପାଇଁ ମୂଳ ଆଧାର । ଲୋକସଭା ଏବଂ ରାଜ୍ୟ ବିଭାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ କେବଳ ମହିଳା ପ୍ରତିନିଧି ବୃଦ୍ଧିରେ ସୀମିକ ନୁହେଁ ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କରିବା ଦିଗରେ ଏକ ଦୃଢ ପ୍ରୟାସ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

Watch Video:-