ପୁରୀ ୧୮।୫: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ଜିଲ୍ଲାର ବିଜେପି ବିଧାୟକ ମାନେ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି

ନିକଟରେ ୫ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ତିନୋଟି ରାଜ୍ୟରେ ବିଜେପି ବିଜୟ ହାସଲ କରିଛି। ଏଣୁ ମହାପ୍ରଭୁଙ୍କର ଆଶୀର୍ବାଦ ନେବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପରେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ ନିତିନ ନବୀନ।

Also Read:- ଓଲଟିଲା ପିକ୍ଅପ୍ ଭ୍ୟାନ୍, ୧୫ରୁ ଉର୍ଦ୍ଧ୍ୱ ବରଯାତ୍ରୀ ଆହତ

ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ କରିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ସଫଳତା ପାଇଛି। ଏଣୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଏଠାକୁ ମୁଁ ଆସିଥିଲି। ଏଥିସହିତ ଓଡ଼ିଶା ସମେତ ସାରା ଦେଶବାସୀଙ୍କ ଉନ୍ନତି ଏବଂ ସୁଖ ସମୃଦ୍ଧି କାମନା ମଧ୍ୟ କରିଛି। ମହାପ୍ରଭୁଙ୍କ ଦର୍ଶନ କରିବା ମୋ ପାଇଁ ବଡ଼ ସୌଭାଗ୍ୟର କଥା ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି।