ଭୁବନେଶ୍ୱର ୦୧।୧୦ : ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ବୈଠକ ହେଉଛି । ହେଲେ ବୈଠକରେ କ’ଣ ଆଲୋଚନା ହେଲା ଏବଂ କ’ଣ ନିଷ୍ପତ୍ତି ହେଲା ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛି BJD ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଲୋକଦେଖାଣିଆ ଭାବେ ଏହି ବୈଠକ ହେଉଛି । ୨୦୧୪ ମସିହାରୁ କେନ୍ଦ୍ରରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି କିନ୍ତୁ ବହୁତ ଥର ଦାବି ସତ୍ତ୍ବେ ୧୨ ବର୍ଷ ଧରି କୌଣସି ନିଷ୍ପତି ନେଇନଥିଲେ । ଏ ବର୍ଷ ଛତିଶଗଡ଼ ବର୍ଷା ଜଳ ଛାଡ଼ିବା କାରଣରୁ ବନ୍ୟା ହୋଇଛି । ମହାନଦୀ ସହ ଅନେକ ଶାଖା ନଦୀରେ ବନ୍ୟା କାରଣରୁ ଲୋକେ ହଇରାଣ ହୋଇଛନ୍ତି । ବର୍ଷା ଜଳ ଅଧିକ ହେଲେ ଛାଡୁଛନ୍ତି ଖରା ଦିନେ ପାଣି ବନ୍ଦ କରୁଛନ୍ତି ।

Also Read:-Bar Association rally: ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦାବି, କଟକରୁ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ବିଶାଳ ରାଲି, ଆଇନ ମନ୍ତ୍ରୀଙ୍କ ଆଶ୍ୱାସନ

ସେହିପରି ଛତିଶଗଡ଼ ବେଆଇନ ଭାବରେ ଅନେକ ଡ୍ୟାମ ନିର୍ମାଣ କରିଛି । କର୍ପୋରେଟ ସଂସ୍ଥାର ସ୍ବାର୍ଥ ପାଇଁ ପାଣି ବ୍ୟବହାର ହେଉଛି। ଯେହେତୁ ବର୍ତ୍ତମାନ କେନ୍ଦ୍ର ସହ ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଅଛି ଟ୍ରିପଲ୍ ଇଞ୍ଜିନ ସରକାର ଭାବରେ ସମସ୍ୟାର ସମାଧାନ କରନ୍ତୁ । ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରୁଛି । ତେବେ କାର୍ଯ୍ୟକାଳ ବଢାଇବେ ନା ଆପୋଷ ବୁଝାମଣା କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେଡି ।