ନିର୍ବାଚନ ଯେତିକି ପାଖେଇ ଆସୁଛି ରୋଚକ ହେଉଛି ଦଳଡିଆଁ : ଆଠଗଡ ବିଜେଡିରେ ସାମିଲ ୨ ଶହରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ

Published By : Prameya-News7 Bureau | May 07, 2024 IST

ଆଠଗଡ ୭।୫: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଆଠଗଡ଼ ବିଜେଡ଼ିର ବଳ ସେତିକି ବଢ଼ିବାରେ ଲାଗିଛି । ରୋଚକ ହେଉଛି ଦଳ ଡିଆଁ । ଆଠଗଡ ନିର୍ବାଚନ ମଣ୍ଡଳୀର ଖୁଣ୍ଟୁଣୀ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ହାଟ୍ଟମାଳ, ବେଣ୍ଟପଦା, ରାଧାକୃଷ୍ଣପୁର, ରଧାକିଶୋରପୁର  ପଞ୍ଚାୟତରୁ ୨୦୦ରୁ ଉର୍ଦ୍ଧ୍ବ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବିଧାୟକ ରାଜା ସ୍ବାଇଁଙ୍କ ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବେ ବୋଲି ଆଠଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

You Can Read :

ଫୁଡ୍ ପ୍ରୋସେସିଂ ୟୁନିଟ୍‌ର ହବ୍ ହେବ ସମ୍ବଲପୁର : ଧର୍ମେନ୍ଦ୍ର ପ୍ରଧାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.