କେଶାଇବାହାଲ ନିର୍ବାଚନୀ ସଭାରେ ଭି.କେ ପାଣ୍ଡିଆନ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

Published By : Prameya-News7 Bureau | May 19, 2024 IST

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ, ପ୍ରଚାର ମଇଦାନ ସରଗରମ ହୋଇଛି। ଘନଘନ ବୈଠକ, ନିର୍ବାଚନ ସଭା, ରାଲି ହେଉଛି। କେଉଁଠି କେନ୍ଦ୍ରୀୟ ନେତାତ ଆଉ କେଉଁଠି ରାଜ୍ୟ ନେତୃତ୍ବ ଆସି ନିଜ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି।

ଏହି କ୍ରମରେ ରବିବାର ଅପରାହ୍ନରେ ବିଜେଡି ନେତା ଭି.କେ ପାଣ୍ଡିଆନ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କେଶାଇବାହାଲ ଗୋଦାମଗୁଡ଼ା ପଡ଼ିଆରେ ସାଧାରଣ ଜନସଭାକୁ ସମ୍ବୋଧିତ କରିଛନ୍ତି। ଆୟୋଜିତ ନିର୍ବାଚନୀ ସଭାରେ ପ୍ରଥମେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଛତ୍ରିଆ ଓ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନିଜ ଦଳ ସପକ୍ଷରେ ନିଜକୁ ଭୋଟ ଦେବାକୁ ନିବେଦନ କରିଥିଲେ। ଶେଷରେ ବିଜେଡି ନେତା ଭି.କେ ପାଣ୍ଡିଆନ ବିଗତ ୫ ବର୍ଷରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଓ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟ ବାବଦରେ କହି ଉକ୍ତ ନିର୍ବାଚନ ମଣ୍ଡଳୀକୁ ସବୁଠାରୁ ଅଧିକ ଗୁରୁତ୍ଵ ଦିଆଯାଇଥିବା କହି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥିବାବେଳେ, କ’ଣ କାମ କରିଛନ୍ତି ? ଜନସାଧାରଣଙ୍କୁ ତା’ର ହିସାବ ଦିଅନ୍ତୁ ବୋଲି କହିଛନ୍ତି। ଅନ୍ୟ ପଟେ ଆମ ମୁଖ୍ୟମନ୍ତ୍ରୀ କଥା କମ କରନ୍ତି ହେଲେ କାମ କରନ୍ତି ବୋଲି କହି ଆଗାମୀ ଦିନରେ ଦଳୀୟ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିବା ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.