ସୋମବାର ପଞ୍ଚମ ପର୍ଯ୍ୟାୟ ଭୋଟ୍; ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ,୧୯/୦୫: ମେ’ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ । ପୂର୍ବରୁ ଶନିବାର ପ୍ରଚାର ଅଭିଯାନ ଶେଷ ହୋଇଛି । ସୋମବାର ୬ ରାଜ୍ୟ ଓ  ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ଟି ଲୋକସଭା ଆସନରେ ଭୋଟିଂ ହେବ । ବିହାରର ୫, ଝାଡ଼ଖଣ୍ଡର  ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର  ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନରେ ମତଦାନ ଅନୁଷ୍ଠିତ  ହେବ । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ  ଲେଖାଏଁ ଆସନରେ ମଧ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।  

ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ ଭାବେ ରାଜନାଥ ସିଂହ ଲକ୍ଷ୍ନୌରୁ, ସ୍ମୃତି ଇରାନୀ ଆମେଥିରୁ, ରାହୁଲ  ଗାନ୍ଧୀ ରାଏବରେଲିରୁ, ପୀୟୂଷ ଗୋୟଲ ମୁମ୍ବାଇ ନର୍ଥରୁ ଆଦି ହେଭିଓ୍ବେଟ୍ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ  ମଧ୍ୟରେ କୈସରଗଞ୍ଜରୁ ବିଜେପି ଟିକଟରେ ଲଢ଼ୁଥିବା କରନ ଭୂଷଣ ସିଂହ, ହାଜିପୁରରୁ ଲଢ଼ୁଥିବା ଏଲ୍‌ଜେପି (ଆର)ର ଚିରାଗ ପାଶ୍ୱାନ, ମୁଜାଫରପୁର ରାଜଭୂଷଣ ଚୌଧୁରୀ ବିଜେପିରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ମହାରାଷ୍ଟ୍ରର କଲ୍ୟାଣରୁ ଳଢ଼ୁଥିବା ଡ. ଶ୍ରୀକାନ୍ତ ସିନ୍ଦେ ଶିବସେନାରୁ ପ୍ରାର୍ଥୀ ହୋଇଛନ୍ତି ।  ସେହିଭଳି ବାରାମୂଳାରୁ ଲଢ଼ୁଥିବା ନ୍ୟାସନାଲ କନ୍‌ଫରେନ୍ସ  ନେତା ଓମାର ଅବ୍‌ଦୁଲ୍ଲାଙ୍କ ଭାଗ୍ୟ ବି ପରୀକ୍ଷା ହେବ ।   ପଞ୍ଚମ ପର୍ଯ୍ୟାୟରେ ୪୯ ଆସନ ପାଇଁ ମୋଟ ୬୯୫   ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୨% ମହିଳା ଅଛନ୍ତି ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.