କିଏ ସେ Nancy Tyagi ? ଯିଏ ନିଜ ତିଆରି ପୋଷାକ ପିନ୍ଧି କାନ୍ସରେ କଲେ ଡେବ୍ୟୁ

Published By : Prameya-News7 Bureau | May 19, 2024 IST

ମୁମ୍ଵାଇ ୧୯।୦୫; ୭୭ତମ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ଥର ପାଦ ଥାପିଛନ୍ତି ଦିଲ୍ଲୀର  ଫ୍ୟାଶନ୍‌ ଇନ୍‌ଫ୍ଲୁଏନ୍ସର ନାନ୍ସି ତ୍ୟାଗୀ । ସୁନ୍ଦର ଗୋଲାପି ରଙ୍ଗର ଗାଉନ୍‌   ପିନ୍ଧି ସେ ରେଡ୍‌ କାର୍ପେଟ୍‌କୁ ଓହ୍ଲାଇଥିଲେ । କାନ୍‌ରେ ପଦାର୍ପଣ କରି ସ୍ୱପ୍ନ  ସତ ହୋଇଥିବା ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି ନାନ୍ସି ।  କ୍ୟାପ୍‌ସନରେ ଖୁଲାସା କରିଛନ୍ତିକାନ୍‌ରେ ସେ ପିନ୍ଧିଥିବା ଗାଉନ୍‌କୁ କୌଣସି ଡିଜାଇନର୍‌ ତିଆରି କରିନାହାନ୍ତି । ବରଂ ଏହାର ପ୍ରସ୍ତୁତକର୍ତ୍ତା ସେ ନିଜେ ।  


ପ୍ରଥମ ଥର କାନ୍‌ରେ ପିନ୍ଧିବା ପାଇଁ ଏହି ଗାଉନ୍‌ ତିଆରିରେ ନିଜର ହୃଦୟ  ଓ ଆତ୍ମାକୁ ସେ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଥିଲେ ବୋଲି କହିଛନ୍ତି । ଗାଉନ୍‌  ତିଆରି ଲାଗି ତାଙ୍କୁ ୩୦ ଦିନ ଲାଗିଥିଲା । କାନ୍‌ର   ସମ୍ମାନାସ୍ପଦ ରେଡ୍‌ କାର୍ପେଟ୍‌ରେ   ଚାଲିବାର ଫଟୋ ସେ ସୋସିଆଲ  ମିଡିଆରେ   ସେୟାର  କରିଛନ୍ତି ।  


ଏହାକୁ ନିଜ   ଜୀବନର  ସବୁଠୁ  ମୂଲ୍ୟବାନ   ମୁହୂର୍ତ୍ତ ବୋଲି  ସେ କହିଛନ୍ତି ।  ନାନ୍ସିଙ୍କ   ଗାଉନ୍‌ରେ  ୧୦୦୦ ମିଟର  କପଡ଼ା   ଲାଗିଛି ।  ଏହାର ଓଜନ  ୨୦ କିଲୋ ।   ତାଙ୍କର ଏହି  ସୃଜନକୁ  ପସନ୍ଦ   କରିଥିବାରୁ  ସେ ସମସ୍ତଙ୍କୁ  ଧନ୍ୟବାଦ   ଦେଇଛନ୍ତି ।  ବଲିଉଡ୍‌ର  ଅନେକ   ସେଲିବ୍ରିଟି  ନାନ୍ସିଙ୍କ ତିଆରି  ପୋଷାକକୁ   ପ୍ରଶଂସା କରି  ପୋଷ୍ଟ୍‌ ଶେୟାର  କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.