କାନ୍ସରେ ସ୍ମିତା ପାଟିଲ୍‌ଙ୍କ ‘ମନ୍ଥନ’ର ପ୍ରିମିୟର, ସବୁ କ୍ଷେତ୍ରରୁ ମିଳୁଛି ପ୍ରଶଂସା

Published By : Prameya-News7 Bureau | May 19, 2024 IST

ମୁମ୍ଵାଇ ୧୯।୦୫; ଗତ ୧୪ ତାରିଖରୁ ଚାଲିଥିବା କାନ୍‌  ଚଳଚ୍ଚିତ୍ର ମହୋତ୍ସବରେ ଶୁକ୍ରବାର ସନ୍ଧ୍ୟା  ଥିଲା ଭାରତୀୟ ସିନେମାପ୍ରେମୀଙ୍କ ପାଇଁ  ଗୌରବର ମୁହୂର୍ତ୍ତ । ଏ ଅବସରରେ  ପ୍ରଦର୍ଶିତ ହୋଇଥିଲା ଫିଲ୍ମମେକର୍‌  ଶ୍ୟାମ ବେନେଗଲଙ୍କ ଚଳଚ୍ଚିତ୍ର  ‘ମନ୍ଥନ୍‌’ । ଦେଶରେ ଭର୍ଗିଜ କୁରିନଙ୍କ ଶ୍ଵେତା ବିପ୍ଳବ ଦ୍ୱାରା ପ୍ରେରିତ ଏହି   ଫିଲ୍ମ ୧୯୭୬ ମସିହାରେ ମୁକ୍ତିଲାଭ   କରିଥିଲା । ଏଥିରେ ମୁଖ୍ୟ ଭୂମିକାରେ   ଅଭିନୟ କରିଥିଲେ ସ୍ମିତା ପାଟିଲ ଓ   ନସୀରୁଦ୍ଦିନ ଶାହ । 

କାନ୍‌ରେ ଫିଲ୍ମର   ସ୍କ୍ରିନିଂ ଅବସରରେ ନସୀରୁଦ୍ଦିନ ଶାହ,ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରତ୍ନା  ପାଠକ ଶାହ, ସ୍ମିତା ପାଟିଲଙ୍କ ପୁଅ   ତଥା ଅଭିନେତା ପ୍ରତୀକ ବବ୍ୱର ଏବଂ ଶ୍ୱେତ ବିପ୍ଳବର  ଜନକ ଡ. ଭର୍ଗିଜ କୁରିନଙ୍କ ଝିଅ ନିର୍ମଲା କୁରିନ ଓ ଫିଲ୍ମର  ନିର୍ମାତାଙ୍କ ସମେତ ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ  ଫେଡେରେସନ୍‌ ଲିଃ.ର ପ୍ରବନ୍ଧନ ନିର୍ଦ୍ଦେଶକ ପ୍ରମୁଖ ଯୋଗ  ଦେଇଥିଲେ।କାନ୍‌ରେ ‘ମନ୍ଥନ୍‌’ର ପ୍ରିମିୟରକୁ ସବୁ କ୍ଷେତ୍ରରୁ ପ୍ରଶଂସା  କରାଯାଉଛି । 

ସୃଜନାତ୍ମକ ବିଜ୍ଞାପନ ପାଇଁ ପରିଚିତ ଅମୂଲ  ଇଣ୍ଡିଆ ମଧ୍ୟ ଏହାର ପ୍ରଶଂସକ ତାଲିକାରେ ସାମିଲ ହୋଇଛି ।  ଏହି ଗୌରବମୟ ମୁହୂର୍ତ୍ତକୁ ସମ୍ମାନ ଜଣାଇ ଅମୂଲ ପକ୍ଷରୁ  ଏକ ଡୁଡଲ୍‌ ପ୍ରସ୍ତୁତ କରାଯାଇଛି । ଏଥିରେ ଅମୂଲ ଗର୍ଲ  ଦିବଂଗତ ଅଭିନେତ୍ରୀ ସ୍ମିତା ପାଟିଲଙ୍କୁ ପ୍ରତିନିଧିତ୍ୱ କରିଛି ।  ସେ ଗୋଟିଏ ହାତରେ କ୍ଷୀର ଗ୍ଲାସ୍‌ ଓ ଅନ୍ୟ ହାତରେ ବ୍ରେଡ୍‌   ଓ ବଟର ଧରିଛି । ଏଥିରେ କ୍ୟାପ୍‌ସନ ଲେଖିଛି ‘ହମାରା  ମଖନ୍‌, ହମାରା ମନ୍ଥନ୍‌... ଅମୂଲ ଟୋଷ୍ଟ୍‌ ଅଫ୍‌ କାନ୍‌’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.