Live Live
LIVE

ବ୍ରିଟେନକୁ ଟ୍ରମ୍ପଙ୍କ କଟାକ୍ଷ : 'ଆମେ ଯୁଦ୍ଧ ଜିତି ସାରିଛୁ, କାହାରି ସାହାଯ୍ୟ ଦରକାର ନାହିଁ'

NEWS7
pm-narendra-modis-bhabya-road-show-in-puri-tomorrow-worship-lord-jagannath-at-730-am-

ନ୍ୟୁୟର୍କ, ୦୮ /୦୩: ଇରାନ ବିରୋଧରେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି ଆମେରିକା । ତେହେରାନରେ ସରକାର ପରିବର୍ତ୍ତନ ସହ ଅନେକ ସାମରିକ ପ୍ରତିଷ୍ଠାନକୁ ୟୁଏସ ଡ୍ରୋନ୍ ଏବଂ ମିସାଇଲ୍ ଟାର୍ଗେଟ୍ କରୁଛନ୍ତି । ଏସବୁ ଭିତରେ ୟୁରୋପୀୟ ଦେଶର ଭୂମିକାକୁ ପ୍ରଶ୍ନ କରିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯୁଦ୍ଧରେ ବ୍ରିଟେନର ସମର୍ଥନ ନମିଳିବାରୁ ଟ୍ରମ୍ପ୍ କଟାକ୍ଷ କରିଛନ୍ତି ।

ଏହି ଖବରଟି ପଢନ୍ତୁ... ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓରେ ଆତ୍ମହତ୍ୟା ଉଦ୍ୟମ, ଦ୍ରୁତଗାମୀ କାର ସହ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍

ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମରଙ୍କୁ କଟାକ୍ଷ କରି ଟ୍ରମ୍ପ୍ କହିଛନ୍ତି ଯେ, ୟୁରୋପୀୟ ଦେଶମାନେ ଏବେ ଯୁଦ୍ଧକୁ ନିଜର ଏୟାରକ୍ରାଫ୍ଟ୍ ପଠାଇବାକୁ କହୁଛନ୍ତି । ଆମେରିକା ଯୁଦ୍ଧ ଜିତି ସାରିଛି । ଏବେ ଆଉ କାହାରି ସାହାଯ୍ୟ ଦରକାର ନାହିଁ । ସେମାନେ ଯୁଦ୍ଧ ଜିତି ଯାଇଛନ୍ତି । ଦିନେ ବ୍ରିଟେନ୍ ଆମେରିକାର ସବୁଠୁ ଘନିଷ୍ଠ ସହଯୋଗୀ ଥିଲା । ଏବେ ସେମାନେ ପଶ୍ଚିମ ଏସିଆକୁ ନିଜର ଦୁଇଟି ଯୁଦ୍ଧ ବିମାନ ପଠାଇବା ପାଇଁ କହିଛନ୍ତି । ଏବେ ସେ ସବୁ ବିମାନର ଆବଶ୍ୟକତା ନାହିଁ । ଆମେରିକା ଏବେ ଆଉ କାହାରି ସହଯୋଗ ଲୋଡୁନାହିଁ ।

ସୂଚନାଯୋଗ୍ୟ, ଗତ ବୁଧବାର ୟୁକେ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ଅନେକ ପୁରୁଣା କଥାର ଜବାବ ଦେଇଥିଲେ । ସେ ଟ୍ରମ୍ପଙ୍କ କଥାକୁ ଧରନ୍ତି ନାହିଁ ବୋଲି କହିଥିଲେ । ବ୍ରିଟେନର ଅନେକ ଜେଟ୍ ଆମେରିକୀୟଙ୍କ ଜୀବନ ବଂଚାଇଛନ୍ତି । ଇରାନର ମିସାଇଲକୁ ସେମାନେ ଅକାମି କରିଛନ୍ତି । ଏହା ହେଉଛି ଆମେରିକା ସହ ତାଙ୍କର ସମ୍ପର୍କ ବୋଲି ଷ୍ଟାର୍ମର ପ୍ରକାଶ କରିଥିଲେ ।

ସେ ଆହୁରି କହିଥିଲେ ଯେ, ସେମାନେ ସିଧାସଳଖ ଇରାନ ଉପରେ ଷ୍ଟ୍ରାଇକ୍ କରିବେ ନାହିଁ । ଇରାନ ଉପରେ ଯେଉଁ ଆକ୍ରମଣ ହେଉଛି ତାହାକୁ ସଠିକ ନୁହେଁ ବୋଲି ସେ ପରୋକ୍ଷରେ ଇଙ୍ଗିତ କରିଥିଲେ । ଯାହା ପରେ ୟୁରୋପୀୟ ଦେଶ ଯୁଦ୍ଧରେ ଦୁଇ ଭାଗ ହୋଇଥିବା ସ୍ପଷ୍ଟ ହୋଇଥିଲା ।