ଭୁବନେଶ୍ୱର ୦୨/୦୨: ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ ରାଜନୈତିକ ବୟାନକୁ ତେଜିଲା ରାଜନୀତି । ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡି କହିଛି ଏହା ମୁଖ୍ୟ ଶାସନ ସଚିବଙ୍କ ବିଫଳତା । ଏପରି ବିବୃତି ଦେଇ ଜିଲ୍ଲାପାଳ ପ୍ରମାଣିତ କରିଛନ୍ତି ଯେ ଶାସନ ହୁଗୁଳା ହୋଇଗଲାଣି । ସୁବର୍ଣ୍ଣପୁର ଜିଲ୍ଲା, ଯେଉଁଠି ଚାଷୀ ସମସ୍ୟା ଉତ୍କଟ ।

ସେ ଦିଗରେ ସମାଧାନର ବାହାର ନ କରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଏପରି କାର୍ଟୁନ ଦେଉଛନ୍ତି । ଯଦି ସେ ବିଜେପିରେ ଯୋଗ ଦେଇ ରାଜନୀତି କରିବେ । ଏଥିରେ ମନା ନାହିଁ। ଚାକିରୀ ଛାଡି ଏହା କରନ୍ତୁ। ବିଜେପିରେ ଯୋଗ ଦେବାକୁ ସେ ବୋଧେ ମନସ୍ଥ କରି ସାରିଲେଣି । 

 

ସୂଚନା ଥାଉକି, ସୁବର୍ଣ୍ଣପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗସ୍ତରେ ଆସିଥିଲେ।  ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ ପାଇଁ ଆୟୋଜିତ ସଭାରେ ସ୍ୱାଗତ ଭାଷଣ ଦେବା ବେଳେ ରାଜନୀତିର ଛୁଙ୍କ ମାରିଦେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ। ସରକାରୀ ମଞ୍ଚରୁ ପୂର୍ବ ସରକାରକୁ ଟାର୍ଗଟେ କରିଥିଲେ ଜିଲ୍ଲାପାଳ ନୃପରାଜ ସାହୁ ।  ଜିଲ୍ଲାପାଳ କହିଥିଲେ ଡ଼. ନୃପରାଜ ସାହୁ ମଞ୍ଚ ଉପରେ ସମୟ ଥିଲା ଯେତେବେଳେ ଏ ସଂସ୍କୃତିରେ ବି ଶାସକ ଥିଲେ ।

ମତେ ଦେଖିପାରିବ ନାହିଁ ମତେ କଥା ହୋଇ ପାରିବ ନାହିଁ ମତେ ଛୁଇଁ ପାରିବ ନାହିଁ ବୋଲି ଅଭିଭାଷଣ ରଖିଥିଲେ । ତେବେ ଜିଲ୍ଲାପାଳଙ୍କ ଏହି ଅଭିଭାଷଣ ପାଈଁ ବିରୋଧୀ ଦଳର ନେତାମାନେ ଖୁବ୍ ଜୋରରେ ବର୍ଷିଛନ୍ତି । ଏହାସହ  ଜିଲ୍ଲାପାଳଙ୍କ ଏଭଳି ଭାଷଣକୁ ନେଇ ନବ ନିର୍ମାଣ କୃଷକ ସଂଘଠନର କର୍ମକର୍ତ୍ତା ମାନେ ମଧ୍ୟ ଦୃଢ ନିନ୍ଦା କରିଛନ୍ତି ।