ବ୍ରହ୍ମପୁର ୦୮।୦୨ : ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ I ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବ୍ରହ୍ମପୁର ଜେଲରେ ଅଛନ୍ତି ବିକ୍ରମ ପଣ୍ଡା। ତେବେ ଆଜି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଡ଼ା ସୁରକ୍ଷାରେ MKCG ନିଆଯାଇଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜେଲରୁ ଏମକେସିଜି ନିଆଯାଇଥିଲା।  ସେଠାରେ ସେ ଡାକ୍ତରଙ୍କୁ ଦେଖାଇଥିଲେ I ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅଲ୍ ଟ୍ରାସାଉଣ୍ଡ କରାଯାଇଛି।  ଏହି ସମୟରେ ମୁହଁ ଖୋଲିଛନ୍ତି ବିକ୍ରମ ପଣ୍ଡା I ମୁଁ ନିର୍ଦ୍ଦୋଷ ମୋତେ ରାଜନୀତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଛି। ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି I ମୋତେ ନିଶ୍ଚିତ ନ୍ୟାୟ ମିଳିବ ବିକ୍ରମ ପଣ୍ଡା କହିଛନ୍ତି।

ଖବର ଅନୁଯାୟୀ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୪ ଜଣ ଗିରଫ ହୋଇଥିଲେ । ଏଥିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଥିଲେ । ତେବେ ଦୀର୍ଘ ଦିନ ଧରି ଜେଲ୍‌ରେ ରହିବା ପରେ ହଠାତ୍‌ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ଏହି ସମୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିକ୍ରମ ପଣ୍ଡା । ସେ କହିଛନ୍ତି ଯେ, ମୋତ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ । ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫଶାଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି । ତେଣୁ ମୋତେ ନ୍ୟାୟ ମିଳିବ । ଜଗନ୍ନାଥ ମୋ ସହ ଅଛନ୍ତି, ମୋତେ ନ୍ୟାୟ ମିଳିବ ।