ପାଟଣା ୨୯।୦୪ : ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା । ଭାଇ ଜିତୁ ମୁଣ୍ଡାକୁ ସହାୟତାର ହାତ ବଢାଇଲା ବିଜେଡି । ଜିତୁ ମୁଣ୍ଡାକୁ ବିଜେଡି ପକ୍ଷରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ।

ଭଉଣୀର ଟଙ୍କା ପାଇବା ପାଇଁ ଶବକୁ ମଶାଣୀରୁ ବୋହି ବ୍ୟାଙ୍କର ସମ୍ମୁଖରେ ରଖିବାକୁ ଘଟଣାକୁ ଦୁଇ ଦିନ ବିତିଲାଣି । ତଥାପି ସେହି ପ୍ରସଙ୍ଗ ନେଇ ଥମୁନି ଚର୍ଚ୍ଚା ଓ ଆଲୋଚନା । ମଙ୍ଗଳବାର ରେଡକ୍ରସ୍ ପକ୍ଷରୁ ୨୦ ହଜାର ଟଙ୍କା ଏବଂ ବ୍ୟାଙ୍କ ପକ୍ଷରୁ ଜମା ରାଶିକୁ ପ୍ରଦାନ କରାଯାଇଥିଲା । ଏହି ମାମଲାକୁ ରାଜ୍ୟ ସରକାର ଗୁରୁତର ସହ ନେଇ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଯଦି ଘଟଣାରେ କିଏ ଦୋଷୀ ରହିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ହେଲେ ବ୍ୟାଙ୍କ ପକ୍ଷରୁ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଥିଲା । ବ୍ୟାଙ୍କ ମୁତାବିକ, ଜିତୁ ମୁଣ୍ଡାକୁ ଭଉଣୀଙ୍କ ଶବ ଆଣିବାକୁ କୁହାଯାଇନଥିଲା ।

Also Read:-ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

ବୁଧବାର ସକାଳୁ ସକାଳୁ ବିଜେଡିର ଏକ ଟିମ୍ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଥିଲେ । ବିଧାୟକ ବଦ୍ରିପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପୂର୍ବତନ ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ରାମରାୟ ମୁନ୍ଦିୟାଙ୍କ ସହ ଏକ ଟିମ୍ ପହଞ୍ଚିଥିଲେ । ବିଭିନ୍ନ ପ୍ରସଙ୍ଗ ନେଇ ଜିତୁ ମୁଣ୍ଡା ଏବଂ ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନର ବିଧି ବ୍ୟବସ୍ଥାକୁ ଦାୟୀ କରିଥିଲା ବିଜେଡି । ଯଦି ଘଟଣାର ଏକ ଘଣ୍ଟା ମଧ୍ୟରେ ମୃତ୍ୟୁ ପ୍ରମାଣ ପତ୍ର, ଲିଗାଲ ହେୟାର ସାର୍ଟିଫିକେଟ୍, ବ୍ୟାଙ୍କରୁ ଟଙ୍କା ମିଳିପାରୁ ଛି । ତେବେ ପୂର୍ବରୁ କାହିଁକି ହୋଇପାରୁନଥିଲା । ଏହି ଘଟଣାରେ ଜୁଡିସିଆଲ୍ ତଦନ୍ତ ପାଇଁ ଦାବି କରିଛନ୍ତି ବିଧାୟକ ବଦ୍ରିନାରାୟଣ ପାତ୍ର । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଛି ବିଜେଡି ।