ଭୁବନେଶ୍ବର ୨୦।୫: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ । ରାଜ୍ୟର ଏବେ ବି କଟ୍‌ନୀ ଛଟ୍‌ନୀ ହେଉଛି । ଏବେ ବି କଟ୍‌ନୀ ଛଟ୍‌ନୀ ହେଉଥିବା କଥାକୁ ସ୍ବୀକାର କରିବାକୁ ପଡିବ । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ସମ୍ମିଳନୀରେ ନିଜେ ସ୍ଵୀକାର କଲେ ମନ୍ତ୍ରୀ । ଯିଏ ବି କଟ୍‌ନୀ ଛଟ୍‌ନୀ କରୁଛନ୍ତି ସାବଧାନ ହୁଅନ୍ତୁ । ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ଯେଉଁ ରୋଗ ଥିଲା ଏହାକୁ ବନ୍ଦ କରିବାକୁ ପଡିବ । କୌଣସି ଅଫିସର ଯଦି ମିଲରଙ୍କୁ ସହଯୋଗ କରୁଥିବେ ତାହେଲେ ଆକ୍ସନ ନିଆଯିବ । ବିଧାୟକ ଓ ସାଂସଦ ମାନେ ଆପଣଙ୍କୁ ସହଯୋଗ କରିବେ ସେ ରାଜି ଅଛନ୍ତି । ଯଦି ସେମାନେ ଅଫିସ୍ ଆସିବେ ତାଙ୍କୁ ସମ୍ମାନ ଦେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।