ମେଷ- ଅଟକିଥିବା କାମ ଆଗକୁ ବଢ଼ିବ। ଚାକିରିରେ ଭଲ ଖବର ମିଳିପାରେ। ବନ୍ଧୁଙ୍କ ସାହାଯ୍ୟରେ ଜରୁରୀ କାମ ହୋଇଯିବ। ବାହାରକୁ ଯିବାର ସୁଯୋଗ ମିଳିପାରେ। ପୁରୁଣା ପରିଚିତଙ୍କ ସହ ସାକ୍ଷାତକାର ଦେବ ।

ବୃଷ- ଟଙ୍କା ଆସିବ, କିନ୍ତୁ ଖର୍ଚ୍ଚ ବି ସେହି ଅନୁସାରେ ରହିବ। ଘରେ ଛୋଟ କଥାକୁ ନେଇ ମନ ଖରାପ ହୋଇପାରେ। ଅଫିସରେ କାମ ଟିକେ ବେଶି ରହିବ। କାହାକୁ ଟଙ୍କା ଦେବା ପୂର୍ବରୁ ଭଲକରି ଭାବନ୍ତୁ। ମନରେ ଟେନସନ ରହିପାରେ।

ମିଥୁନ- ଦିନଟା ମୋଟାମୋଟି ଭଲ ରହିବ। କାମରେ ନୂଆ ଚିନ୍ତାଧାରା ଆସିବ। ଟଙ୍କା ରୋଜଗାରର ନୂଆ ବାଟ ଖୋଲିପାରେ। ବ୍ୟବସାୟରେ ଭଲ ଡିଲ୍ ମିଳିପାରେ। ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଆକସ୍ମିକ ଖୁସି ଖବର ମିଳିପାରେ ।

କର୍କଟ- କାମର ଚାପ ଅଧିକ ରହିପାରେ । ଛୋଟ କଥାକୁ ନେଇ ମନ ଖରାପ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିପାରେ । ଅଫିସରେ ନୂଆ ଦାୟିତ୍ୱ ମିଳିପାରେ। ଘରର କୌଣସି କଥାକୁ ନେଇ ଚିନ୍ତା ହୋଇପାରେ। ନିଜ ଲୋକଙ୍କ ସହ ସମୟ କାଟିଲେ ମନ ହାଲୁକା ଲାଗିବ।

ସିଂହ- ଆର୍ଥିକ ଦିଗରୁ ଭଲ ଖବର ମିଳିପାରେ। ଅଫିସରେ ଆପଣଙ୍କ କାମକୁ ନେଇ ପ୍ରଶଂସା ହେବ। ବ୍ୟବସାୟରେ ନୂଆ ଲୋକଙ୍କ ସହ ପରିଚୟ ହେବ। ବନ୍ଧୁଙ୍କଠାରୁ ଭଲ ସାହାଯ୍ୟ ମିଳିବ। ମନରେ ଥିବା ପୁରୁଣା ଇଚ୍ଛା ପୂରଣ ହେବାର ଆଶା ଦେଖାଦେବ। କାମ ସମ୍ବନ୍ଧରେ ନୂଆ ଲୋକଙ୍କ ସହ ପରିଚୟ ଆଗକୁ ଲାଭ ଦେବ।

କନ୍ୟା- ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ଉପରିସ୍ଥ ଲୋକଙ୍କ ସାହାଯ୍ୟ ମିଳିବ। ନୂଆ କାମ ଦାୟିତ୍ୱ ଆସିପାରେ। ହାତକୁ ଟଙ୍କା ଆସିବାର ଯୋଗ ଅଛି। ଘରେ ପରିବେଶ ଭଲ ରହିବ। ଦୂରରେ ଥିବା କାହାଠାରୁ ଭଲ ଖବର ଆସିପାରେ। ପୁରୁଣା ଟଙ୍କା ଫେରି ପାଇବାର ଆଶା ଅଛି।

ତୁଳା- ଭାଗ୍ୟ ସାଥ୍ ଦେବ। ପୁରୁଣା କାମରେ ଆଗକୁ ବଢ଼ିବେ। ଟଙ୍କା ରୋଜଗାରର ଭଲ ସୁଯୋଗ ମିଳିପାରେ। କାମରେ ଲୋକଙ୍କ ପ୍ରଶଂସା ପାଇବେ। ଘରେ ଖୁସିର ଖବର ଆସିପାରେ। ଯାତ୍ରା କଲେ ଲାଭ ହେବ। ନିକଟ ଲୋକଙ୍କ ସହ କଥା ହୋଇ ମନର ଚିନ୍ତା ଦୂର ହେବ।

ବିଛା- ମନଟା ଅସ୍ଥିର ରହିପାରେ। ଛୋଟ କଥାକୁ ନେଇ ରାଗିଯିବାର ସମ୍ଭାବନା ଅଛି। ଅଯଥା ଖର୍ଚ୍ଚ ହୋଇପାରେ। ଅଫିସରେ କାମର ଚାପ ରହିବ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଟଙ୍କା ପଇସାରେ ସାବଧାନ ରୁହନ୍ତୁ। ପୁରୁଣା କଥା ମନେ ପକାଇ ମନ ଖରାପ କରିବା ଅପେକ୍ଷା ନିଜ କାମରେ ଧ୍ୟାନ ଦେବା ଭଲ।

ଧନୁ- କାମରେ ଭଲ ଫଳ ମିଳିବ। ଅଟକିଥିବା ଟଙ୍କା ଫେରି ଆସିପାରେ। ନୂଆ କାମର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ହେବାର ଆଶା ଅଛି। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଘରେ ଖୁସିର ପରିବେଶ ରହିବ। ଦୂର ସ୍ଥାନରୁ ଆସୁଥିବା ଖବର ଆପଣଙ୍କ ପାଇଁ ଭଲ ହୋଇପାରେ।

ମକର- ଅଫିସରେ ଭଲ କାମ କରିପାରିବେ। ନୂଆ ଦାୟିତ୍ୱ ଆସିଲେ ବି ଠିକ୍ ଭାବରେ ସମ୍ଭାଳିନେବେ। ଟଙ୍କା ପଇସାରେ ଲାଭ ହେବ। ବଡ଼ ଲୋକଙ୍କ ସାହାଯ୍ୟ ମିଳିବ। ଘରର କିଛି କାମ ପାଇଁ ସମୟ ଦେବାକୁ ପଡ଼ିବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ନୂଆ ସୁଯୋଗ ମିଳିପାରେ ।

କୁମ୍ଭ- ନୂଆ କିଛି କରିବା ପାଇଁ ମନ ହେବ। ରୋଜଗାର ବଢ଼ାଇବାର ନୂଆ ବାଟ ମିଳିପାରେ। କାମରେ ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ। ବନ୍ଧୁଙ୍କ ସାହାଯ୍ୟରେ ଅଟକିଥିବା କାମ ହୋଇଯିବ। ବାହାରକୁ ଯିବାକୁ ପଡ଼ିପାରେ। ଆଗାମୀ ଦିନ ପାଇଁ ଭଲ ଯୋଜନା କରିପାରିବେ। କୌଣସି ଛୋଟ ନିଷ୍ପତ୍ତି ଆଗକୁ ବଡ଼ ଲାଭ ଦେଇପାରେ।

ମୀନ- କାମ ଠିକ୍ ସମୟରେ ନହେବାରୁ ଚିନ୍ତା ହେବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଘରେ କାହା ସହ ଭୁଲ ବୁଝାମଣା ହୋଇପାରେ। ନୂଆ ଜାଗାରେ ଟଙ୍କା ଲଗାଇବା ପୂର୍ବରୁ ଭଲକରି ଭାବନ୍ତୁ। ନିଜ ଲୋକଙ୍କ ସହ କଥା ହେଲେ ଚିନ୍ତା କମିବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682