ଭୁବନେଶ୍ଵର: ଅସହ୍ୟ ଗୁଳୁଗୁଳି ଏବଂ ଗରମରେ ଅସ୍ତବ୍ୟସ୍ତ ହେଉଥିଲେ ରାଜଧାନୀବାସୀ। ହେଲେ ଅଚାନକ ବଦଳିଗଲା ପାଗ। ଆକାଶରେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘଡ଼ଘଡ଼ି ବିଜୁଳି ସହ ବଦଳିଗଲା ପାଗ। ବର୍ଷା ସାଙ୍ଗକୁ ପବନ। ରାଜଧାନୀ ବାସୀଙ୍କୁ ତାତିରୁ ମିଳିଛି ଆଶ୍ୱସ୍ତି। ଦିନସାରା ଅସହ୍ୟ ଗରମରେ ଲୋକେ ହେଉଥିବା ବେଳେ ଏବେ ଘଡ଼ଘଡ଼ି ସହ ବର୍ଷା ଗରମରୁ ତ୍ରାହି ଦେଇଛି।

ଏପଟେ ମୌସୁମୀ ବାୟୁ ଆଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ରଜ ବେକକୁ ରାଜ୍ୟ ରେ ମୌସୁମୀ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ଜୁନ ୧୪ରୁ ୧୭ ମଧ୍ୟ ରେ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରାଯାଇଛି । ଯଦିଓ ଏହି ବର୍ଷା ଲଗାତାର ଭାବେ ରହିବ ନାହିଁ । ବର୍ଷା ହେବ ଛାଡିବ , କୋହଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ମାନେ ।

Also Read: ମୃତ୍ୟୁ ପୂର୍ବରୁ ଓଲା ଗାଡ଼ି ଭଡ଼ା କରି ତ୍ରୀଶୁଳିଆ ଯାଇଥିଲେ ଚନ୍ଦ୍ରିକା, ତାପରେ ଘଟିଥିଲା ଏମିତି କିଛି...

ସେହିପରି ଆସନ୍ତା ୨ ରୁ ୩ ଦିନ ମଧ୍ୟ ରେ ରାଜ୍ୟର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । ଏପଟେ ପ୍ରତିଦିନ ଅପରାହ୍ନରେ କାଳବୈଶାଖୀ ବର୍ଷା କୁ ନେଇ ମଧ୍ୟ ପୂର୍ବାନୁମାନ ରହିଛି ଓଡିଶା ର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ।

ସେପଟେ କାଳବୈଶାଖୀକୁ ନେଇ ମଧ୍ୟ ଓ୍ଵାର୍ଣ୍ଣିଂ ଜାରି ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତର ଓ ପଶ୍ଚିମ ଓଡ଼ିଶାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ଶନିବାର ରାଜଧାନୀରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଥିଲା। ଝଡ଼ବର୍ଷାରେ ଅନେକ ଗଛ ଭାଙ୍ଗିବା ସହ ଅନେକ ସ୍ଥାନରେ ବିଦ୍ୟୁତଖୁଣ୍ଡ ନଇଁବା ସହ ତାର ଛିଣ୍ଡି ଯାଇଥିଲା। ରାଜଧାନୀ ସହ ଉପକଣ୍ଠର ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବ୍ୟାଘାତ ହୋଇଥିଲା।