ଭୁବନଶ୍ବେର: ସିବିଆଇ ଅଫିସରେ ମହିଳାଙ୍କ ହାଇଡ୍ରାମା । ଅଭିଯୋଗ ଦେବାକୁ ଆସି ଉତ୍ପାତ କଲେ ମହିଳା। ସିବିଆଇ ଅଫିସରେ ଧସେଇ ପଶି ଅଫିସରଙ୍କୁ ଗାଳି ଗୁଲଜ କରିବା ସହ ହୋହଲ୍ଲା କଲେ। ଖବର ପାଇ ପିସିଆର ଏବଂ ନୟାପଲ୍ଲୀ ଥାନାର ମହିଳା ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଲେ। ମଜାଦାର କଥା ହେଉଛି ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ କାବୁ କରିବାକୁ ନାକେଦମ୍ ହୋଇଥିଲେ ପୋଲିସ କର୍ମଚାରୀ। ମହିଳାଙ୍କ ଆକ୍ରମଣ ଓ ଧସ୍ତାଧସ୍ତିରେ ଖଣ୍ଡିଆ ଖାବରା ହୋଇଛନ୍ତି ପୋଲିସକର୍ମୀ। 

Also Read- ଲାଞ୍ଚ ମାମଲାରେ କୃଷି ଅଧିକାରୀ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣରେ ଜଣେ ମହିଳା ସିବିଆଇ ଅଫିସକୁ ଅଭିଯୋଗ ଦେବାକୁ ଆସି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତିକି ଏହି ସମୟରେ ମହିଳା ଜଣକ ସିବିଆଇ ଅଫିସରକୁ ଗାଳିଗୁଲଜ କରିଥିବା ମଧ୍ୟ ଜଣାପଡ଼ିଛି। ତେବେ ଖବର ପାଇ ପିସିଆର ଓ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ପ୍ରାୟ ୪୫ ମିନିଟ ପରେ ମହିଳାଙ୍କୁ ସିବିଆଇ ଅଫିସରୁ ବାହାର କରିବାରେ ସଫଳ ହୋଇଥିଲେ। ତେବେ ବାହାରକୁ ଆସିବା ପରେ ଲିଫ୍ଟ ମାଗି ଜଣେ ଲୋକଙ୍କ ସହ ପଳାଇଲେ ଉନ୍ମତ୍ତ କାଣ୍ଡ ଘଟାଇଥିବା ମହିଳା। ଅବଶ୍ୟ କୌଣସି ଅପ୍ରୀତିକର ଘଟଣା ଆଶଙ୍କାରେ ସିବିଆଇ ଅଫିସ୍ ଆଗରେ ମୁତୟନ ଅଛନ୍ତି ପୋଲିସ।

Watch Vedio-