ଝାରସୁଗୁଡ଼ା ୧୪।୭: ବିଜେଡିରୁ ଇସ୍ତଫା ଦେଲେ ବେଲପାହାଡ ପୌରପରିଷଦ ଉପାଧ୍ୟକ୍ଷା ରୀନା ସୁନା ଓ ବେଲପାହାଡର ୯ ଜଣ କାଉନସିଲର l ଏହାସହ ଝାରସୁଗୁଡା ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତୌଷିଫ ଆଲାମ ମଧ୍ୟ ଇସ୍ତଫା ଦେଇଛନ୍ତି l ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଦଳ ଅଣଦେଖା କରିବା ସହ କୌଣସି କାରଣ ନଥାଇ ବେଲପାହାଡ଼ର ବିଜେଡି ନେତା ହିତେଶ ଠକ୍କରଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାରୁ ଏହି ସାମୁହିକ ଇସ୍ତଫା ଦିଆଯାଉଥିବା ପ୍ରକାଶ କରିଛନ୍ତି ଉପାଧକ୍ଷା ରୀନା ସୁନା l

Also Read:- ରଥଯାତ୍ରାରେ କେଉଁ ରୁଟ୍ ଦେଇ ଯିବେ ପୁରୀ, କେଉଁଠି କରିବେ ପାର୍କିଂ ? ଗୋଟିଏ କ୍ଲିକ୍‌ରେ ମିଳିବ ସବୁ ଡିଟେଲ୍ସ

ସେହିପରି ୨୦୦ରୁ ଉର୍ଦ୍ଧ୍ବ କର୍ମୀ ମଧ୍ୟ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ପୌରଉପାଧ୍ୟକ୍ଷା l ଉପାଧ୍ୟକ୍ଷା ଏବଂ କାଉନସିଲର ମାନେ କେବଳ ଦଳରୁ ଇସ୍ତଫା ଦେଇଛନ୍ତି କାଉନସିଲରୁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି l ଅନ୍ୟପଟେ ଆଗାମୀ ଦିନରେ ଅନ୍ୟ ଦଳରେ ମିଶିବା ନେଇ ଏବେ କୌଣସି ଯୋଜନା ନଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l